MI ଉପରେ ଖପ୍ପା ଫ୍ୟାନ୍ସ, ଜାଳିଦେଲେ ଜର୍ସି ଇନଷ୍ଟାରେ କମିଗଲେ ଫଲୋଅର୍ସ
1 min readନୂଆଦିଲ୍ଲୀ: ନିଜ ଟିମ୍ର ସବୁଠାରୁ ସଫଳ ଅଧିନାୟକଙ୍କୁ ହଟାଇ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ । ଫ୍ରାଞ୍ଚାଇଜ ଗୁଜୁରାଟ ଟାଇଟନ୍ସର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜ ନୂଆ ଅଧିନାୟକ ନିଯୁକ୍ତ କରିଛନ୍ତି । ଏହାପରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଏହାର ସିଧାସଳଖ ପ୍ରଭାବ । ସୋସିଆଲ ମିଡିଆ Xରେ ଲଗାତାର ଟ୍ରେଣ୍ଡ କରୁଛି #ShameOnMI । ହାର୍ଦ୍ଦିକ ୨୦୨୧ ପର୍ଯ୍ୟନ୍ତ ମୁମ୍ବାଇର ଅଂଶୀଦାର ଥିଲେ । ରୋହିତ ଶର୍ମା ୨୦୧୩ରୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରହିଆସିଛନ୍ତି । ତାଙ୍କ ଅଧିନାୟକତ୍ବରେ ଟିମ ୫ ଥର ଚାମ୍ପିଅନ ହୋଇଛନ୍ତି ।
ରୋହିତ ଶର୍ମା ଅଧିନାୟକ ପଦରୁ ବିଦା ହେବା କାରଣରୁ ଫ୍ୟନ୍ସଙ୍କ ଆକ୍ରୋଶ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଜଣେ ପ୍ରଶଂସକ ମୁମ୍ବାଇ ଇଣ୍ଡିଆନ୍ସର ଜର୍ସିରେ ନିଆଁ ଲଗାଇ ଭିଡିଓ ସେୟାର କରିଛନ୍ତି । ସେହିପରି ଆଉ ଜଣେ ମୁମ୍ବାଇର କ୍ୟାପ୍କୁ ଗୋଡରେ ଦଳିଦେବା ପରେ ଏଥିରେ ନିଆଁ ଲଗାଇ ଦେଉଛି । ଏହା ସହ ମୁମ୍ବାଇର ପତାକାକୁ ବି ନିଆଁ ଲଗାଇ ଦେଇଛନ୍ତି ଫ୍ୟାନ୍ସ ।
ମୁମ୍ବାଇ ଇଣ୍ଡିଆନ୍ସର ସୋସିଆଲ ମିଡିଆ ଆକାଉଣ୍ଟରେ ବି ରୋହିତ ଶର୍ମାଙ୍କ ପ୍ରଭାବ ଦେଖିବାକୁ ମିଳିଛି । ହାର୍ଦ୍ଦିକଙ୍କୁ ଅଧିନାୟକ କରିବା ପରେ ଏମଆଇର ଇନଷ୍ଟାଗ୍ରାମରେ ୧୩.୨ ମିଲିୟନ ଫଲୋଅର୍ସ ଥିଲେ । ଏହାର ୨୪ ଘଣ୍ଟା ନ ପୁରୁଣୁ ମୁମ୍ବାଇର ଫଲୋଅର୍ସ ୧୨.୮ ମିଲିଅନ ଛୁଇଁଥିଲେ । Xରେ ବି ୮.୬ ମିଲିଅନରୁ ମୁମ୍ବାଇର ଫଲୋଅର୍ସ ୮.୨ ମିଲିଅନରେ ପହଞ୍ଚିଥିଲେ । ଫ୍ୟାନ୍ସଙ୍କ ଆକ୍ରୋଶ ଦେଖି ଏବେବି ଫଲୋଅର୍ସ କମିବା ନେଇ ଆଶଙ୍କା କରାଯାଉଛି ।