ସ୍ୱାଧୀନତା ଦିବସରେ ପ୍ଲାଷ୍ଟିକ ପତାକା ମନା, ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

1 min read

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ କେହି ବ୍ୟବହାର କରିବେ ନାହିଁ  ପ୍ଲାଷ୍ଟିକ ପତାକା  । ଚଳିତ ସ୍ୱାଧିନତା ଦିବସରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି- ସ୍ବାଧୀନତା ଦିବସ ଲାଗି ଲୋକମାନେ ପ୍ଲାଷ୍ଟିକ ପତାକା ବ୍ୟବହାର କରାଯାଉଥିବା ଦେଖାଯାଉଛି ।

ତେବେ ଏହି ଦିବସରେ ଯେପରି କେହି ପ୍ଲାଷ୍ଟିକ ପତାକା ବ୍ୟବହାର କରିବେ ନାହିଁ ସେଥିପ୍ରତି ସତର୍କ ଦୃଷ୍ଟି ଦେବା ଆବଶ୍ୟକ । ଏହା ଦ୍ୱାରା ଜାତୀୟ ପତାକାକୁ ଉପଯୁକ୍ତ ସମ୍ମାନ ମିଳିପାରିବ । ପ୍ଲାଷ୍ଟିକ ପତାକା ପରିବେଶ ପ୍ରତି କ୍ଷତିକାରକ ହେବା ସହ ଦୀର୍ଘ ଦିନ ଧରି ନଷ୍ଟ ନ ହେଉଥିବାରୁ ପରିବେଶବିତ୍ ଉଦ୍‌ବେଗ ପ୍ରକାଶ କରିଆସୁଛନ୍ତି । କାଗଜରେ ତିଆରି ପତାକା ବି ମନଇଚ୍ଛା ରାସ୍ତାରେ ନଫୋପାଡିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି ।

ସ୍ୱାଧିନତା ଦିବସରେ ଛାତ୍ରଛାତ୍ରୀ ହୁଅନ୍ତୁ ଅବା ସାଧାରଣ ଲୋକେ  । ପ୍ଲାଷ୍ଟିକ ପତାକା ବ୍ୟବହାର କରିଥାନ୍ତି  । ପରବର୍ତ୍ତୀ ସମୟରେ ତାହାକୁ ଅନ୍ୟତ୍ର ଫୋପାଡ଼ି ଦେଇଥାନ୍ତି  । ଫଳରେ ଏହା ଉପରେ ଅନେକ ଲୋକ ମଧ୍ୟ ଅସମ୍ମାନ କରିଥିବା ପରିଲିଖିତ ହୁଏ  । ଏହାର ଅନ୍ୟ ଏକ କାରଣ ମଧ୍ୟ ରହିଛି ପରିବେଶ ପ୍ରଦୂଶିତ  । ଅର୍ଥାତ ପ୍ଲାଷ୍ଟିକ ପତାକା ମାଟିରେ ମିଶିନଥାଏ  । ତେଣୁ ସମସ୍ତ ସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର ଏହି ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି  ।

Leave a Reply