ଦେଶରେ ମାର୍ଚ୍ଚ ୩୧ ଯାଏ କରୋନା କଟକଣା, ନିଷ୍ପତ୍ତିରେ ରହିଛି କ’ଣ ?

1 min read

ନୂଆଦିଲ୍ଲୀ: ଅନେକ ରାଜ୍ୟରେ ଦେଖାଦେଲାଣି କରୋନାର ଦ୍ବିତୀୟ ଲହର । ଏସବୁ ଭିତରେ ସାରା ଦେଶରେ ମାର୍ଚ୍ଚ ୩୧ ତାରିଖ ଯାଏ ବଢିଛି କରୋନା କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟିରୁ ରଖି ଏଭଳି ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ବିଭାଗ । ଗାଇଡଲାଇନ୍ ଅନୁଯାୟୀ, ପୂର୍ବଭଳି ଜାରି ରହିବ କଣ୍ଟେନମେଣ୍ଟ କଟକଣା । ସେହିପରି ଟିକାକରଣକୁ ତ୍ବରାନିତ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପୂର୍ବଭଳି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ନିୟମ ବଳବତ୍ତର ରହିବା ନେଇ ନିଷ୍ପତି ନେଇଛି ଗୃହ ବିଭାଗ ।

ସେପଟେ କୋଭିଡ୍ ଗାଇଡଲାଇନକୁ ପାଳନ କରି ସ୍କୁଲ କଲେଜ୍ ଚାଲିବ । କ୍ଲାସରୁମରେ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ । ସେହିପରି ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍ ଚାଲିପାରିବ । ବାହାଘର ଏବଂ ଅନ୍ତିମ ଯାତ୍ରାରେ ସମସ୍ତେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି । ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏ ନେଇ DGCA ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ବର୍ଷ ମାର୍ଚ୍ଚ ୨୩ ତାରିଖରୁ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଉପରେ ରୋକ୍ ଲଗାଯାଇଛି । ତେବେ ୨୮ ଫେବୃଆରୀ ପର୍ଯ୍ୟନ୍ତ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଥିବାବେଳେ କରୋନା କଟକଣାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଆସୁଥିବା ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଦୃଷ୍ଟିରୁ ରଖି ଏଭଳି ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ବିଭାଗ ।

Leave a Reply