ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା, ରାସ୍ତା କଡ଼ରୁ ଉଦ୍ଧାର କଲେ ଗାଁ ଲୋକ

1 min read

ଯାଜପୁର : ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ରାସ୍ତା କଡ଼ରୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁକନ୍ୟା । ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ରସଲପୁର ବ୍ଲକ୍ ଖଣ୍ଡାସାହି ଗାଁ ନିକଟରେ । ସୂଚନା ଅନୁସାରେ, ଆଜି ସକାଳେ ରସଲପୁର ନିକଟ ଏକ ରାସ୍ତା କଡ଼ରେ ନବଜାତ ଶିଶୁ କନ୍ୟାଟି ପଡ଼ିରହିଥିବା ଲୋକେ ଦେଖିବାକୁ ପାଇଥିଲେ । ଶିଶୁଟିକୁ କିଏ ଓ କାହିଁକି ଏଭଳି ଏକ ପରିତ୍ୟକ୍ତ ସ୍ଥାନରେ ଛାଡ଼ି ଚାଲିଗଲା ସେ ନେଇ ଆଲୋଚନା କରିଥିଲେ ଗାଁ ଲୋକ । ରା0ହା ଛାଡି କାନ୍ଦୁଥିଲା ଶିଶୁ କନ୍ୟା । କିନ୍ତୁ ନିର୍ଦ୍ଦୟ ଅବସ୍ଥାରେ ତାକୁ ମୃତ୍ୟୁସହ ସଂଗ୍ରାମ କରିବାକୁ ଛାଡ଼ି ଚାଲିଯାଇଥିଲେ ବାପା ମାଆ ।

କାଳ ବିଳମ୍ବ ନକରି ଗାଁ ଲୋକ ତୁରନ୍ତ ଶିଶୁ ସୁରକ୍ଷା ୟୁନିଟକୁ ଖବର ଦେଇଥିଲେ । ଖବର ପାଇ ଶିଶୁ ସୁରକ୍ଷା ୟୁନିଟର ଅଧିକାରୀମାନେ ସେଠାରେ ପହଞ୍ଚି ନବଜାତ ଶିଶୁକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି । ବାରମ୍ୱାର ଏଭଳି ଅଭାବନୀୟ ଘଟଣା  ଘଟୁଥିବା ବେଳେ ଏନେଇ ଅଧିକାଂଶ ସଚେତନ ହେଉନଥିବା ଏହାର ଆଉଏକ ପ୍ରମାଣ । ')}

Leave a Reply