ରାଜନୀତିରୁ ସନ୍ୟାସ ନେଲେ ମେଟ୍ରୋ ମ୍ୟାନ ଶ୍ରୀଧରନ୍; କେରଳ ବିଧାନସଭାରେ ବିଜେପିରୁ ହୋଇଥିଲେ ପ୍ରାର୍ଥୀ

ଥିରୁଓ୍ୱନନ୍ତପୁରମ: ସକ୍ରିୟ ରାଜନୀତିରୁ ସନ୍ୟାସ ନେଲେ ମେଟ୍ରୋ ମ୍ୟାନ ଶ୍ରୀଧରନ୍ । ଗୁରୁବାର ରାଜନୀତିକୁ ବାଏ ବାଏ କରିଛନ୍ତି ମେଟ୍ରୋ ମ୍ୟାନ । କେରଳରେ ହୋଇଥିବା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ ଶ୍ରୀଧରନ୍ । କେରଳର ପଲକ୍କଡରୁ ବିଧାୟକ ପାଇଁ ପ୍ରାର୍ଥୀ  ହୋଇଥିଲେ ସେ । କିନ୍ତୁ ସେ କଂଗ୍ରେସର ବିଧାୟକ ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଥିଲେ । ଶ୍ରୀଧରନ ଆଜି କହିଥିଲେ କି ମୁଁ ନିର୍ବାଚନରେ ପରାଜୟ ଲାଭ କରି ବୁଦ୍ଧି ଶିଖିଯାଇଛି । ସେ କେରଳର ମଲପ୍ପୁରମରେ ରାଜନୀତିରୁ ସନ୍ୟାସ ନେବା ଘୋଷଣା କରିଛନ୍ତି ।

ମେଟ୍ରୋ ମ୍ୟାନ ଶ୍ରୀଧରନ୍ କହିଛନ୍ତି କି ମୋର ବୟସ ୯୦ ଛୁଇଁଲାଣି । ଏହି ବୟସରେ ରାଜନୀତି କରିବା ଏବଂ ରାଜନୀତିରେ ଆଗକୁ ଜାରି ରଖିବା ସମ୍ଭବପର ନୁହେଁ । ସେ ଆହୁରି କହିଥିଲେ କି ରାଜନୀତିରେ ରହିବା ମୋ ସ୍ୱପ୍ନ ମଧ୍ୟ ନଥିଲା । ଶ୍ରୀଧରନ୍ ରାଜନୀତିରୁ ସନ୍ୟାସ ନେବା ସହ କହିଥିଲେ କି ଜନସେବା ପାଇଁ ରାଜନୀତି ଆବଶ୍ୟକତା ନାହିଁ । ଲୋକସଭା ପାଇଁ ଇଚ୍ଛାଶକ୍ତି ଦରକାର । ମୁଁ ପୂର୍ବରୁ ୩ଟି ଟ୍ରଷ୍ଟ ମଧ୍ୟମରେ ଦେଶସେବା କରୁଛି ବୋଲି କହିଛନ୍ତି ମେଟ୍ରୋ ମ୍ୟାନ ଶ୍ରୀଧରନ୍ ।

Leave a Reply