ମେଟ୍ରୋ ପ୍ରକଳ୍ପ ପାଇଁ ଆପଣ ବି ପଠାନ୍ତୁ ‘ଲୋଗୋ’; ଜନତାଙ୍କୁ ଆହ୍ୱାନ କଲେ 5T ଅଧ୍ୟକ୍ଷ
1 min read
ଭୁବନେଶ୍ବର: ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସୁନ୍ଦର, ଆକର୍ଷଣୀୟ ଓ ପାରମ୍ପରିକ ଲୋଗୋ ଡିଜାଇନ ପାଇଁ ଆହ୍ବାନ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏଥିପାଇଁ ଓଡ଼ିଶାବାସୀଙ୍କୁ ସୋସିଆଲ୍ ମିଡିଆରେ ଅଂଶଗ୍ରହଣ କରିବାକୁ ସେ ଆହ୍ବାନ ଦେଇଛନ୍ତି। ସବୁଠୁ ଆକର୍ଷଣୀୟ ଲୋଗୋକୁ ମୁଖ୍ୟମନ୍ତ୍ରୀ ମନୋନୀତ କରିବେ। ସେହି ଲୋଗୋକୁ ପୁରସ୍କୃତ କରାଯିବ।
ଓଡ଼ିଶାର ଆତ୍ମାକୁ ନେଇ ଡିଜାଇନ କରିବା ସହ ଏଥିରେ ପାରମ୍ପରିକ କଳା, ସଂସ୍କୃତି ଓ ସୃଜନଶୀଳତାର ଝଲକ ରଖିବାକୁ ସେ ଥିମ୍ ଦେଇଛନ୍ତି। ଏହି ଡିଜାଇନକୁ [email protected]ରେ ପଠାଇବାକୁ 5T ଅଧ୍ୟକ୍ଷ ନିବେଦନ କରିଛନ୍ତି। ଗତ ୧ ତାରିଖରେ ଭୁବନେଶ୍ବର-କଟକ ମଧ୍ୟରେ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୬ହଜାର ୨୫୫ କୋଟିର ବ୍ୟୟବରାଦ ଥିବା ମେଟ୍ରୋ ପ୍ରକଳ୍ପ କାମ ୪ବର୍ଷରେ ସରିବ। ୨୬ କିଲୋମିଟରର ଦୂରତା ଦେଇ ମେଟ୍ରୋ ଟ୍ରେନ୍ ଯିବ। ଏହା ମଧ୍ୟରେ ରହିବ ୨୦ଟି ଷ୍ଟେସନ।