ନନ୍ଦିଘୋଷ ବ୍ୟୁରୋ: ଆର୍ଜେଣ୍ଟିନାର ଷ୍ଟାର ଫୁଟବଳର ମେସି । ସାରା ବିଶ୍ବର ଧନୀ କ୍ରୀଡ଼ାବିତଙ୍କ ମଧ୍ୟରେ ତାଙ୍କ ନାମ ଆସେ । ତେବେ ତାଙ୍କର ରୋଜଗାର ସମ୍ପର୍କରେ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ମେସି ଏତେ ସମ୍ପତ୍ତିର ମାଲିକ ଯେ ଭାରତର ଜଣାଶୁଣା ତଥା ଧନୀ କ୍ରିକେଟର ୭ ଜଣଙ୍କ ରୋଜଗାର ମିଶିଲେ ମଧ୍ୟ କମ୍ ପଡ଼ିଯିବ । ଏବେ ଭାରତ ଗସ୍ତରେ ରହିଥିବା ମେସିଙ୍କୁ ନେଇ ବହୁତ ଚର୍ଚ୍ଚା ଲାଗି ରହିଛି । ତେବେ ଅଧିକାଂଶ ଲୋକେ ତାଙ୍କ ରୋଜଗାର ସମ୍ପର୍କରେ ଜାଣିବା ପାଇଁ ବେଶ ମନ ବଳାଇଥାନ୍ତି । ତେବେ ଆସନ୍ତୁ ଆମର ଏହି ଲେଖା ମାଧ୍ୟମରେ ଜାଣିବା ତାଙ୍କ ରୋଜଗାର ସମ୍ପର୍କରେ…
ରିପୋର୍ଟକୁ ଯଦି ବିଶ୍ବାସ କରିବା ତାହେଲେ ମେସିଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ହେଉଛି ୭୦୫୫ କୋଟି । ତେବେ ଆମେ ଯଦି ଭାରତୀୟ ଧନୀ କ୍ରିକେଟରଙ୍କ କଥା କହିବା ତାହେଲେ ଆଗରେ ଆସନ୍ତି ଅଜୟ ଜାଡେଡ଼ା । ତାଙ୍କ ନେଟଓ୍ବର୍ଥ ରହିଛି ୧୪୫୦ କୋଟି । ଦ୍ବିତୀୟ ସ୍ଥାନରେ ଆସୁଛନ୍ତି ସଚିନ ତେନ୍ଦୁଲକର । କ୍ରିକେଟର ଭଗବାନ କୁହାଯାଉଥିବା ତେନ୍ଦୁଲକରଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୧୪୧୫ କୋଟି । ସେହିପରି ଧୋନୀ ୧୦୬୦ କୋଟି, ବିରାଟ କୋହଲି ୧୦୪୦ କୋଟି, ସୌରଭ ଗାଙ୍ଗୁଲି ୮୦୦ କୋଟି, ରୋହିତ ଶର୍ମା ୨୪୫ କୋଟି ଏବଂ ଶୁଭମନ ଗିଲ୍ ୧୩୦ କୋଟି ଟଙ୍କାର ମାଲିକ ଅଟନ୍ତି ।
ତେବେ ଭାରତର ୭ ଜଣ ଧନୀ କ୍ରିକେଟରଙ୍କ ସମ୍ପତ୍ତି ୫୮୯୫ କୋଟି ଟଙ୍କା ରହିଥିବାବେଳେ ମେସିଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୭୦୫୫ କୋଟି । ଆମେ ୭ ଜଣଙ୍କ ଭାରତୀୟ ଧନୀ କ୍ରିକେଟରଙ୍କ ସମ୍ପତ୍ତିକୁ ଯଦି ମିଶାଇବା ତାହେଲେ ସେମି ସେମାନଙ୍କଠାରୁ ୧୧୬୦ କୋଟି ଟଙ୍କାର ସମ୍ପତ୍ତିରେ ଆଗୁଆ ରହୁଛନ୍ତି । ତେବେ କ୍ରିକେଟ ଅପେକ୍ଷା ଫୁଟବଲରେ ଅଧିକ ରୋଜଗାର ରହିଥିବା ଏଥିରୁ ଦର୍ଶାଉଛି ।

