କୋଚ୍ ପାଇଁ BCCI ର ଆବେଦନ ପତ୍ର, ଶୀର୍ଷରେ ଦ୍ରାବିଡଙ୍କ ନାଁ

1 min read

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ନୂଆ କୋଚ ଲାଗି ଆବେଦନ ପତ୍ର ଆହ୍ବାନ କଲା ବିସିସିଆଇ । ଏହା ସହ ବିସିସିଆଇର ୫ ପଦ ଲାଗି ବିଜ୍ଞପ୍ତି ଘୋଷିତ ହୋଇଛି । ମୁଖ୍ୟ କ୍ରିକେଟ କୋଚ ସହ ଅନ୍ୟ ପଦବି ଲାଗି ସର୍ତ୍ତ ବି ଘୋଷଣା କରାଯାଇଛି । ମୁଖ୍ୟ କୋଚ ଲାଗି ଯେଉଁମାନେ ଆବେଦନ କରିବେ ସେମାନଙ୍କ ବୟସ ୬୦ ବର୍ଷରୁ କମ୍ ଥିବ । ସେମାନେ ୩୦ଟି ଟେଷ୍ଟ ମ୍ୟାଚ ଓ ୫୦ଟି ଦିନିକିଆ ଖେଳିଥିବେ । ସେ କୌଣସି ଜାତୀୟ ଟିମର ୨ ବର୍ଷ ଲାଗି କୋଚ ରହିଥିବେ ।

କୌଣସି ଆଇପିଏଲ ଟିମ, ଫାଷ୍ଟକ୍ଲାସ ଟିମ, ନ୍ୟାସନାଲ-ଏ ଟିମର ୩ ବର୍ଷ ଯାଁ କୋଚ ରହିଥିବେ । ତାଙ୍କ ନିକଟରେ ବିସିସିଆଇର ଲେବଲ-୩ ସାର୍ଟିଫିକେଟ ଥିବା ଆବଶ୍ୟକ । ଏହା ସହ ବ୍ୟାଟିଂ କୋଚ, ଫିଲଡିଂ କୋଚ ଲାଗି ମଧ୍ୟ ଆବେଦନ ପତ୍ର ଆହ୍ବାନ କରାଯାଇଛି ।ଏହା ସହ ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ପଦ ଲାଗି ବିଜ୍ଞପ୍ତି ଜାରି ହୋଇଛି । ମୁଖ୍ୟ କୋଚ ଲାଗି ଆବେଦନର ଶେଷ ତାରିଖ ରହିଛି ଆସନ୍ତା ଅକ୍ଟୋବର ୨୬ ତାରିଖ ।

ସେହିପରି ଅବଶିଷ୍ଟ ପଦ ଲାଗି ଆବେଦନର ଶେଷ ତାରିଖ ରହିଛି ନଭେମ୍ବର ୩ ତାରିଖ । ପୂର୍ବରୁ ଟି-୨୦ ବିଶ୍ବକପ ପରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ ରବି ଶାସ୍ତ୍ରୀ । କିଛି ଦିନ ତଳୁ ଭାରତୀୟ କ୍ରିକେଟ ଟିମର ନୂଆ କୋଚ  ଖୋଜା ଜାରି ରହିଥିବାବେଳେ ରାହୁଲ ଦ୍ରାବିଡଙ୍କ ନାଁ ଶୀର୍ଷରେ ରହିଛି । ତେବେ ଏକଥା ମଧ୍ୟ ସ୍ପଷ୍ଟ କି ଟିମ୍ ଇଣ୍ଡିଆର ଆଗାମୀ କୋଟ ରବି ଶାସ୍ତ୍ରୀ  ।

Leave a Reply