କରୋନାକୁ ମାତ୍ ଦେବା ପାଇଁ ମାର୍କେଟକୁ ଆସୁଛି ୨୦ରୁ ଅଧିକ ଔଷଧ,କେବଳ ମଞ୍ଜୁରୀ ପାଇଁ ଅପେକ୍ଷା..

1 min read

ପ୍ରାୟ ଦୁଇ ବର୍ଷ ପୂର୍ବେ ଚାଇନାରେ କୋରାନା ଜୀବାଣୁ (କୋଭିଡ -୧୯) ଚିହ୍ନଟ ହୋଇଥିଲା, କିନ୍ତୁ ସେବେଠାରୁ ଏହି ବିପଦଜନକ ଜୀବାଣୁକୁ ମାରିବା ପାଇଁ କୈାଣସୀ ପ୍ରଭାବଶାଳୀ ଔଷଧ ପ୍ରକାଶ କରାଯାଇ ନାହିଁ। କେଉଁ ଔଷଧରେ ଭଲ ହେବେ କରୋନା ରୋଗୀ,ତାର ଚାଲିଛି ଗବେଷଣା..କରୋନା ସଂକ୍ରମିତ ରୋଗୀଙ୍କୁ ଏହି ଭୟଙ୍କର ଜୀବାଣୁ ସହ ଲଢିବା ପାଇଁ ବର୍ତ୍ତମାନ ଟୀକା ନେବା ଜରୁରୀ ହୋଇପଡିଛି | ତେବେ,ବର୍ତ୍ତମାନ ଏକ ଖୁସି ଖବର ମଧ୍ୟ ସାମ୍ନାକୁ ଆସିଛି.. କରୋନା ସହିତ ଲଢିବା ପାଇଁ  ଆସୁଛି ଔଷଧ | ବର୍ତ୍ତମାନ ଭାରତରେ ପ୍ରାୟ ୨୦ଟି କରୋନା ମେଡିସିନ ଉପରେ ଚାଲିଛି ପରୀକ୍ଷା । ଏଥିମଧ୍ୟରୁ କିଛି ଶୀଘ୍ର ଗ୍ରୀନ ସିଗନାଲ୍ ପାଇପାରନ୍ତି ବୋଲି ଆଶା କରାଯାଉଛି |

ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଉଥିବାରୁ ବୋଧହୁଏ କରୋନା ଔଷଧର ଚାହିଦା ବର୍ତ୍ତମାନ ଟିକେ କମ୍ ହେବ, କିନ୍ତୁ ବିଶେଷଜ୍ଞମାନେ ମାନ୍ୟତା ଅନୁସାରେ ଆଗାମୀ ଦିନରେ ଏହି ଔଷଧ କରୋନାକୁ ମୂଳରୁ ହିଁ ଶେଷ କରିବ. ତାସହ ଏହିଭଳି ଲୋକଙ୍କ ପାଇଁ ଏହା ରାମବାଣ ସଦୃଶ କାମ ଦେବ ଯେଉଁମାନଙ୍କ ଭିତରେ ଖୁବ୍ କମ୍ ଇମ୍ୟୁନିଟି ରହିଛି| ସ୍ୱାସ୍ଥ୍ୟ ବିଶେଷଜ୍ଞ କହିବାନୁସାରେ, ଭାରତରେ କରୋନା ଭାଇରସ ବିରୋଧରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏହିସବୁ ଔଷଧ | ସେମାନଙ୍କ ଅନୁସାରେ କରୋନା ଟିକା କେବଳ ଲୋକଙ୍କୁ ପ୍ରତିରୋଧକ ଶକ୍ତି ଦେବ, କିନ୍ତୁ ଏହି ଜୀବାଣୁକୁ ସଂମ୍ପୂର୍ଣ୍ଣ ହଟାଇପାରିବ ନାହିଁ। ଏପରି ପରିସ୍ଥିତିରେ କରୋନା ଔଷଧ ବହୁତ ହିଁ ଲାଭଦାୟକ ହେବ |

ଟିକା ଥାଉ ଥାଉ ଔଷଧର ଆବଶ୍ୟକ କାହିଁକି ?-

ବିଶେଷଜ୍ଞମାନେ କହୁଛନ୍ତି ଯେ ଟିକା ନେବା ପରେ ବି କିଛି ଲୋକଙ୍କ ଭିତରେ ଇମ୍ୟୁନିଟି ପ୍ରତିକ୍ରିୟା ସୃଷ୍ଟି ହେଉନାହିଁ । ୧୦୦% ଜନସଂଖ୍ୟାକୁ ଟୀକା ଦେବା ଏବେ ବି ଅସମ୍ଭବ ଲାଗୁଛି ଏବଂ ଏପରି ପରିସ୍ଥିତିରେ କରୋନା ଭୂତାଣୁ ପାଇଁ ଔଷଧ ଖୋଜିବା ହିଁ ବୁଦ୍ଧିମାନର କାମ |

କେଉଁ କେଉଁ ଔଷଧର ପରୀକ୍ଷା ଚାଲିଛି?-

-ମଲୁନୁପିରବିର: ଆମେରିକାର ଜଣେ ଦିଗ୍ଗଜ ଫାର୍ମାଷିଷ୍ଟ ରିଜବ୍ୟାକ୍ ବାୟୋଥେରାପିଟିକ୍ସର ଓରାଲ୍ ଆଣ୍ଟିଭାଇରାଲ୍ ଔଷଧ ମଲୁନୁପିରବିର ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ବିପକ୍ଷରେ ଭଲ ପ୍ରଦର୍ଶନ ଦେଖାଉଛି । ଏହି ଔଷଧ ସେବନ କରୁଥିବା ୫୦% ଲୋକ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା ହିଁ  ପଡୁନାହିଁ। ଏହା ସହିତ ଏହି ଔଷଧର ବ୍ୟବହାର ଯୋଗୁଁ ମୃତ୍ୟୁ ହାରରେ ୫୦% ପର୍ଯ୍ୟନ୍ତ ହ୍ରାସ ମଧ୍ୟ ଦେଖିବାକୁ ମିଳିଛି | ଭାରତରେ ଏହି ଔଷଧର ଟ୍ରାଏଲ ସିପ୍ଲା, ଡକ୍ଟରରେଡ୍ଡୀ ଲାବୋରେଟୋରୀ, ସନ୍ ଫାର୍ମାସ୍ୟୁଟିକାଲ୍ ଇଣ୍ଡଷ୍ଟ୍ରିଜ୍ ଏବଂ ଟୋରେଣ୍ଟ ଫାର୍ମାସ୍ୟୁଟିକାଲ୍ସ ମାଧ୍ୟମରେ ଏହି ଔଷଧ ଭାରତରେ ଟ୍ରାଇଲିଂ କରାଯାଉଛି।

-ଜାଇଡସ୍ କ୍ୟାଡିଲା: ଅହମ୍ମଦାବାଦ ସ୍ଥିତ ଜାଇଡସ୍ କ୍ୟାଡିଲା ହେଉଛି ଏକମାତ୍ର ଭାରତୀୟ କମ୍ପାନୀ ଯିଏ ମୋନୋକ୍ଲୋନାଲ ଆଣ୍ଟିବଡିକୁ ଅକାମୀ କରୁଥିବା ଏକ କକଟେଲ ଔଷଧ ବିକଶିତ କରିଥିବା ଦାବି କରିଛି। ସ୍ୱିଜରଲ୍ୟାଣ୍ଡର ଔଷଧ ନିର୍ମାତା ରୋଶ ଦ୍ୱାରା ନିର୍ମିତ ଏହି ଔଷଧ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦିଆଯାଇଥିଲା। ଏହି ଔଷଧର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଭାରତରେ ଚାଲିଛି।

-ଗ୍ଲେନମାର୍କ ନେଜାଲ୍ ସ୍ପ୍ରେ: ମୁମ୍ବାଇ ସ୍ଥିତ ଗ୍ଲେନମାର୍କ ଦ୍ୱାରା କୋଭିଡ -୧୯ ପାଇଁ ନାଇଟ୍ରିକ୍ ଅକ୍ସାଇଡ୍ ନାଜାଲ୍ ସ୍ପ୍ରେକୁ ଭାରତରେ ବ୍ୟାପକ ପରୀକ୍ଷଣ ପାଇଁ ଅନୁମୋଦନ କରାଯାଇଛି। ବ୍ରିଟେନରେ ଥିବା ସ୍ପ୍ରେ ଉପରେ ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ଏହା କୋଭିଡ -୧୯ ରୋଗୀଙ୍କଠାରେ ଭାଇରାଲର ମାତ୍ରାକୁ ହ୍ରାସ କରିବାରେ ଏବଂ ଏହାର  ବିସ୍ତାରକୁ ରୋକିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ଏହିଭଳି ଆହୁରୀ ଅନେକ ଔଷଧ ରହିଛି..ଯାହା କେବଳ ସରକାରଙ୍କ ମଞ୍ଜୁରୀକୁ ଅପେକ୍ଷା କରିଛନ୍ତି..

ଏବେ ଏହି ଔଷଧକୁ ସରକାରଙ୍କ ସହଯୋଗ ଆବଶ୍ୟକ-

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କୋଭିଡ -୧୯ ର ପରୀକ୍ଷାକୁ ସରକାର ସକ୍ରିୟ ଭାବରେ ସମର୍ଥନ କରିବା ଉଚିତ। ସ୍ୱାସ୍ଥ୍ୟ ଗବେଷକ କହିଛନ୍ତି, ବାସ୍ତବରେ ସରକାର ଟୀକାକରଣରେ ଯେପରି ସହଯୋଗ କରିଥିଲେ, ସେହିଭଳି ଏହିସବୁ ଔଷଧ ପାଇଁ ମଧ୍ୟ ସହଯୋଗ କରିବା ଉଚିତ୍ |

Leave a Reply