ନୂଆ ବର୍ଷରେ କେଉଁ କାର ହେବ କେତେ ମହଙ୍ଗା ?

ମୁମ୍ବାଇ: ନୂଆବର୍ଷରେ ଉପହାରରେ କାର ଘରକୁ ଆଣିବାକୁ ଚାହୁଁଛନ୍ତି କି ? ତେବେ, ଜାଣି ନିଅନ୍ତୁ  ଏସବୁ କଥା…

ମହଙ୍ଗା ହେବାରେ ଲାଗୁଛି ସାଧାରଣ ଜୀବନ ଶୈଳୀ ଏଥିରୁ କେମିତି ବା ବାଦ୍ ପଡିଥାନ୍ତା ବଡ଼ବଡ଼ିଆଙ୍କ ସଉକ୍ । ପେଟ୍ରୋଲ ପିଆଜ ପରେ ଏବେ ବଢିବ ବିଳାସପୂର୍ଣ୍ଣ କାରର ଦର । ନୂଆବର୍ଷ ଆରମ୍ଭରୁ ହିଁ ଲାଗୁ ହେବ ନୂଆ ଦର । ଏହାକୁ ନେଇ ବିଭିନ୍ନ କାର ତିଆରି କମ୍ପାନୀ ତରଫରୁ ସ୍ପଷ୍ଟୀକରଣ ମିଳିସାରିଛି । ନୂଆବର୍ଷରେ ନୂଆ ରେଟ୍ ଲାଗୁ ହେବାନେଇ ସ୍ପଷ୍ଟ କରିଛନ୍ତି ବିଭିନ୍ନ କାର କମ୍ପାନୀ । ଏବଂ କାର ନିର୍ମାଣରେ ବ୍ୟବହୃତ ଯନ୍ତ୍ରାଂଶ ଦର ବଢ଼ିଥିବାରୁ ମୂଲ୍ୟ ବୃଦ୍ଧି କରାଯାଉଥିବା କମ୍ପାନୀଗୁଡ଼ିକ ଜଣାଇଛନ୍ତି ।

ତେବେ, ଯଦି ଆପଣ କାର କିଣିବାକୁ ଚାହୁଁଛନ୍ତି ତ ସଜାଗ ହୋଇଯାଆନ୍ତୁ ଏବଂ ନୂଆ ବର୍ଷ ପୂର୍ବରୁ କାର କିଣିବାର ଯୋଜନା କଲେ ହିଁ ଆପଣ ଠିକ୍ ଦରରେ କାର ପାଇପାରିବେ । ତେବେ ଏନେଇ କାର କମ୍ପାନୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି  ।

ଜାଣନ୍ତୁ କେଉଁ ବ୍ରାଣ୍ଡର କାର କେତେ ମହଙ୍ଗା ହେବ ?ଭାରତର ବଡ଼ ବିଳାସପୂର୍ଣ୍ଣ କାର କମ୍ପାନୀ ମର୍ସିଡିଜ ତାର କାର ଗୁଡ଼ିକ ରେଟ୍ ବଢିବା ନେଇ ସ୍ପଷ୍ଟ କରିସାରିଛି । ଯାହା ୨୦୨୦ର ପ୍ରଥମ ସପ୍ତାହରୁ ହିଁ ଲାଗୁ କରାଯିବ । ଏହାସହ ମାରୁତି ସୁଜୁକି ଇଣ୍ଡିଆ ମଧ୍ୟ ରେଟ୍ ବଢ଼ାଇବ । କେବଳ ସେତିକି ନୁହେଁ ଜାପାନୀ କମ୍ପାନୀ ଟୟୋଟା ତାର କାର ଗୁଡ଼ିକର ମୁଲ୍ୟ ୪ ପ୍ରତିଶତ ବଢାଇଛି । ନିସାନ ଇଣ୍ଡିଆ କମ୍ପାନୀ ୪ପ୍ରତିଶତ, ଫୋର୍ଡ ୨.୫ପ୍ରତିଶତ, ରେନୋ ତାର କାରର ମୁଲ୍ୟ ୧.୫ ପ୍ରତିଶତ ବଢାଇବା ନେଇ ସୂଚନା ଦେଇଛି । ତେବେ, କାରର ବର୍ଦ୍ଧିତ ଦର ୨୦୨୦ ପ୍ରଥମ ସପ୍ତାହରୁ ହିଁ ଲାଗୁହେବ ।

Leave a Reply