ପଶ୍ଚିମବଙ୍ଗ ଯାଦବପୁର ୟୁନିଭର୍ସିଟିରେ ମାନସିକ, ଶାରୀରିକ ନିର୍ଯାତନା ଦିଆଯାଉଛି !

1 min read

ପଶ୍ଚିମବଙ୍ଗ : ପୁଣି ଚର୍ଚ୍ଚାରେ ପଶ୍ଚିମବଙ୍ଗ ଯାଦବପୁର ୟୁନିଭର୍ସିଟି । ଗତ ଅଗଷ୍ଟ 9ରେ ରାଗିଂ କାରଣରୁ ଜଣେ ନବାଗତ ଛାତ୍ରଙ୍କ ଆତ୍ମହତ୍ଯା ଘଟଣାର ବିବାଦ ନଥମୁଣୁ ପୁଣି ଆସିଛି ଆଉ ଏକ ରାଗିଂ ଅଭିଯୋଗ । ଅଗଷ୍ଟରେ ଘଟିଥିବା ରାଗିଂ ଘଟଣାରେ 6 ଜଣ ଛାତ୍ରଙ୍କ ପ୍ରବେଶ ଉପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଷେଧାଦେଶ ଜାରି କରିବାର ଏକ ସପ୍ତାହ ପରେ  ରାଗିଂ ନେଇ ଜଣେ ଆର୍ଟସ୍ ଛାତ୍ର ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଦର୍ଶନ ବିଭାର ଜଣେ ନବାଗତ ପିଜି ଛାତ୍ରଙ୍କୁ କେତେକ ଛାତ୍ର ରାଗିଂ କରୁଥିବା ନେଇ ଛାତ୍ରଜଣକ ମେଲ୍ ଜରିଆରେ ଡିନଙ୍କୁ ଅବଗତ କରାଇଥିଲେ । ତାଙ୍କୁ ମାନସିକ, ଶାରୀରିକ ନିର୍ଯାତନା ଦିଆଯାଉଛି ବୋଲି ସେ ମେଲରେ ଦର୍ଶାଇଥିଲେ । ମାଛ ଓ ପନିପରିବା କିଣିବା ଘଟଣାକୁ କେନ୍ଦ୍ର କରି ତାଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରାଯାଇଥିଲା । ହଷ୍ଟେଲରେ ରହିବା ଲାଗି ତାଙ୍କୁ ନିରାପଦ ମନେ ହେଉନାହିଁ । New ragging complaint from JU months after student allegedly jumped to  death | Latest News India - Hindustan Times

ତାଙ୍କୁ ଅନ୍ୟ ଏକ ବ୍ଲକକୁ ନେଇ ଅବସ୍ଥାପିତ କରିବା ଲାଗି ସେ ଅନୁରୋଧ କରିଥିଲେ । ସେପଟେ କୁଳପତି କହିଛନ୍ତି- ଅଭିଯୋଗକୁ ଆଣ୍ଟିରାଗିଂ କମିଟି ନିକଟକୁ ପଠାଯାଇ ଏହାର ତଦନ୍ତ କରାଯାଉଛି । ତେଣେ ଯାଦବପୁର ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ କହିଛନ୍ତି- ଏହି ଘଟଣାର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ । ଅଗଷ୍ଟ 9 ଆତ୍ମହତ୍ଯା ଘଟଣାରେ ବର୍ତ୍ତମାନ ସୁଦ୍ଧା 6 ଅଣ୍ଡରଗ୍ରାଜୁଏଟଙ୍କ ସମେତ 13ଜଣଙ୍କୁ ଗିରଫ କରାଯାଇସାରିଲାଣି । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ପିଜି ଛାତ୍ର ଓ ଜଣେ ପିଏଚଡି ଛାତ୍ର ।