ଗର୍ଭବତୀ ହାତୀର ମୃତ୍ୟୁକୁ ନେଇ ରାହୁଲ ଚୁପ୍, ମେନକା କହିଲେ- ରାହୁଲ କିଛି ବୁଝି ପାରନ୍ତି ନାହିଁ !

1 min read

କେରଳ: କେରଳରେ ଗର୍ଭବତୀ ହାତୀକୁ ସପୁରୀରେ ବାରୁଦ ପୁରାଇ ଦେବା ମାମଲାରେ ଭାରତୀୟ ଜନତା ପାର୍ଟୀର ସାଂସଦ ମେନକା ଗାନ୍ଧୀ କେରଳର ଜଙ୍ଗଲ ସଚିବଙ୍କୁ  ହଟାଇବାକୁ ଦାବି କରିଛନ୍ତି । ଏହା ସହିତ ସେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କର ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

କେରଳର ମାଲାପୁରମରେ ଘଟିଥିବା ଏହି ଘଟଣା ସମ୍ପର୍କରେ ମେନକା ଗାନ୍ଧୀ କହିଛନ୍ତି ଯେ, ‘ଜଙ୍ଗଲ ସଚିବଙ୍କୁ ହଟାଇବା ଉଚିତ୍ । ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ନିଯୁକ୍ତ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେବା ଉଚିତ୍ । ରାହୁଲ ଗାନ୍ଧୀ କେରଳର ୱାୟାନାଡର ଜଣେ ସାଂସଦ, କିନ୍ତୁ ସେ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ?

ମେନକା ଗାନ୍ଧୀ କହିଛନ୍ତି, ‘ବର୍ତ୍ତମାନ କଣ କରିବା ଉଚିତ, ରାହୁଲ ଗାନ୍ଧୀ ତ କିଛି ବୁଝି ପାରନ୍ତି ନାହିଁ । ସୁଲତାନପୁର ହେଉ କିମ୍ବା ପିଲିଭିତ କୌଣସି ସ୍ଥାନରେ ଜୀବଜନ୍ତୁ ମୃତ୍ୟୁ ବରଣ କଲେ ଆମେ ସଙ୍ଗେ ସଙ୍ଗେ ପଦକ୍ଷେପ ନେଉ ।

ଜଣାଇ ରଖୁଛୁ ଯେ ଉତ୍ତର କେରଳର ମଲ୍ଲପୁରମ୍ ଜିଲ୍ଲାରୁ ମନୁଷ୍ୟ ଜାତିକୁ ଲଜ୍ଜିତ କରିବା ଭଳି ଏହି ଘଟଣା ସାମ୍ନାକୁ ଆସିଥିଲା । ଏଠାରେ କିଛି ଲୋକ ମିଳିତ ଭାବେ ଏକ ସପୁରୀରେ ବିସ୍ଫୋରକ ଭର୍ତ୍ତି କରି ଗୋଟିଏ ଗର୍ଭବତୀ ହାତୀକୁ ଖୁଆଇ ଦେଇଥିଲେ । ଯାହାଫଳରେ ହାତୀର ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଆଉ ତାହା ଏତେ ଭୟଙ୍କର ହୋଇଥିଲା ଯେ, ହାତୀଟି ଏକ ନଦୀ ଭିତରେ ଯାଇ ଠିଆ ହୋଇଥିଲା, ପରେ ସେଠାରେ ସେ ମୃତ୍ୟୁ ବରଣ କରିଥିଲା । ଗୁରୁବାର ଦିନ ଏଭଳି ଘଟଣା ଘଟିଥିଲା । ଏହି ବିସ୍ଫୋରଣରେ ହାତୀଟି ଗୁୁରୁତର ହେବା ପରେ ଶନିବାର ତାର ମୃତ୍ୟୁ ଘଟିଥିଲା । ପଶୁମାନେ ମଣିଷକୁ ଖୁବ୍ ଶୀଘ୍ର ବିଶ୍ୱାସ କରିନିଅନ୍ତି । ହେଲେ ଜୀବଜନ୍ତୁଙ୍କ ସହିତ ମଣିଷରଏଭଳି ବ୍ୟବହାର ତଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

ବନ ବିଭାଗର ଅଧିକାରୀଙ୍କ ସୂଚନା ଅନୁଯାୟୀ, ହାତୀର ବୟସ ୧୪ରୁ ୧୫ ହେବ । ସଠିକ୍‌ ସମୟରେ ହାତୀକୁ ଚିକିତ୍ସା ମିଳିପାରି ନ ଥିଲା ତେଣୁ ସେ ମୃତ୍ୟୁ ବରଣ କରିଥିଲା । ବନ ବିଭାଗ ପାଖରେ ଖବର ପହଞ୍ଚିବା ବେଳକୁ ବିଳମ୍ବ ହୋଇଯାଇଥିଲା । ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ପ୍ରଥମେ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲା । ହେଲେ ସେ ପାଣି ଭିତରୁ ବାହାରି ନ ଥିଲା । ଏଭଳି ଅବସ୍ଥାରେ ରହି ଶେଷରେ ତାର ମୃତ୍ୟୁ ହୋଇଥିଲା ।

 

Leave a Reply