ବେଦୀ ଉପରେ ଯୌତୁକ ମାଗିଲା ବର, ବାନ୍ଧିଦେଲେ କନ୍ୟାପକ୍ଷ
1 min readନନ୍ଦିଘୋଷ ବ୍ୟୁରୋ: ଯୌତୁକ ପ୍ରଥା ପାଇଁ ଯଦିଓ ଦେଶରେ ଆଇନ ବ୍ୟବସ୍ଥା ରହିଛି ତଥାପି ଥମୁନି ଏହି କୁପ୍ରଥା । ବିବାହ ହେଉ କି ଭୋଜି ଏସବୁରେ ଆଧୁନିକ ଠାଣି ଦେଖିବାକୁ ମିଳିଲାଣି କିନ୍ତୁ ଯୌତୁକ କଥା ଆସିଲେ ସେହି ପୁରୁଣା ପ୍ରଥା ଦେଖିବାକୁ ମିଳୁଛି । ଯୌତୁକ ଲୋଭୀଙ୍କ ଉଦ୍ଦିଷ୍ଟରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
बताया जा रहा जयमाल के बाद दूल्हे के परिजन ज्यादा दहेज मांगने लगे। विवाद हो गया। दूल्हे राजा को शेरवानी में ही बांध दिया गया।
वीडियो प्रतापगढ़ का है। बारात जौनपुर से आई थी।
बस इन्हीं कारणों से मैंने अपनी शादी में दहेज की कोई डिमांड नहीं की है। ? pic.twitter.com/Y2VTfF8Mlf
— Rajesh Sahu (@askrajeshsahu) June 15, 2023
ଟ୍ବିଟର ୟୁଜର ରାଜେଶ ସାହୁ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓ ସେୟାର କରି ସେ ଲେଖିଛନ୍ତି ‘ବିବାହରେ ଜୟମାଳା ପରେ ବରର ପରିବାର ଅଧିକ ଯୌତୁକ ଦାବି କରିଥିଲେ । ବିବାଦ ପରେ ଶେରୱାନିରେ ବରକୁ ବାନ୍ଧି ଦେଲେ କନ୍ୟାପକ୍ଷ । ଭିଡିଓ ପ୍ରତାପଗଡର । ବରଯାତ୍ରୀ ଜୌନପୁରରୁ ଆସିଥିଲେ ’। କିଛି ଘଣ୍ଟା ପୂର୍ବରୁ ସେୟାର କରାଯାଇଥିବା ଭିଡିଓକୁ ୫ ହଜାର ଲୋକେ ଦେଖି ସାରିଲେଣି । ସେହିପରି ୨୦୦ରୁ ଅଧିକ ଏହାକୁ ଲାଇକ୍ କରିଛନ୍ତି । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଶେରୱାନୀ ପିନ୍ଧିଥିବା ବରକୁ ଗଛରେ ବନ୍ଧା ଯାଇଛି ।
ଭାଇରାଲ ଭିଡିଓଟି ଉତ୍ତର ପ୍ରଦେଶ ପ୍ରତାପଗଡର ଓ ବରଯାତ୍ରୀ ଯୌନପୁରରୁ ଆସିଥିବା ଜଣାପଡିଛି । କିନ୍ତୁ ଭିଡିଓଟି ପ୍ରକୃତରେ କେଉଁଠି ଉତ୍ତୋଳନ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଟ୍ବିଟରରେ ଭିଡିଓଟି ଭାଇରାଲ ପରେ ୟୁଜର୍ସ ମାନେ ନିଜ ପକ୍ଷ ରଖୁଛନ୍ତି । ଜଣେ ୟୁଜର ମଜାଳିଆ ଢଙ୍ଗରେ ଲେଖିଛନ୍ତି ଶେରୱାନି ବି ଭଡାରେ ଆସିଲା ଭଳି ଜଣାପଡୁଛି । ଆଉ ଜଣେ କମେଣ୍ଟରେ ଲେଖିଛନ୍ତି ଲୋଭୀକୁ ଉଚିତ ଦଣ୍ଡ ମିଳିଛି ।
ସେହିପରି ଜଣେ ୟୁଜର ଲେଖିଛନ୍ତି ଜ୍ବାଇଁପୁଅର ଭଲ ଭାବେ ଅତିଥି ସତ୍କାର ହେବା ଦରକାର । ଏହି ଭିଡିଓ ଦେଖିଲା ପରେ ଆପଣ କଣ କହିବେ ?