ଆଜିଠୁ ବିଜେଡିର ସଦସ୍ଯ ସଂଗ୍ରହ ଅଭିଯାନ

ଭୁବନେଶ୍ବର : ବୁଧବାର ଠାରୁ ବିଜେଡିର  ସଦସ୍ଯ ସଂଗ୍ରହ ଅଭିଯାନ । ଗୋପବନ୍ଧୁ ଜୟନ୍ତୀରୁ ଦଳ ଆରମ୍ଭ କରିବାକୁ ଯାଉଛି ସଦସ୍ଯ ସଂଗ୍ରହ ଅଭିଯାନ। ସକାଳ ୧୧ଟାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ଏହାର ଶୁଭାରମ୍ଭ କରିବେ। ଯେଉଁଥିରେ ଦଳର ଅନେକ କର୍ମୀ ଓ ନେତା ଉପସ୍ଥିତ ରହିବେ । ଠିକ୍ ସେହି ସମୟରେ ସଦର ମହକୁମା ଓ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଯେଉଁଥିପାଇଁ ସମସ୍ତ ସାଂଗଠନିକ ଜିଲ୍ଲାରେ ଅନଲାଇନ୍ ବ୍ୟବସ୍ଥା କରାଯାଇଛି । ପରବର୍ତ୍ତୀ ସମୟରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ଆଗେଇବ । ଉଭୟ ଫିଜିକାଲି ଓ ଡିଜିଟାଲ ମାଧ୍ୟମରେ ସଦସ୍ୟଙ୍କୁ ଯୋଡ଼ା ଯିବ । ଡିଜିଟାଲରେ ସଦସ୍ୟତା ଗ୍ରହଣ କରିଥିବା ସଦସ୍ୟଙ୍କ ଘରକୁ ଘର ଯାଇ ଯୋଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ଥର ଏକ କୋଟି ୯୧ ହଜାର ୯୧୫ ସଦସ୍ୟ ବିଜେଡି ସହ ଯୋଡ଼ି ହୋଇଥିଲେ । ଏଥର ମଧ୍ୟ ଏକ କୋଟି ସଦସ୍ୟତା ଲକ୍ଷ୍ୟ ଛୁଇଁବାକୁ ବିଜେଡି ଟାର୍ଗେଟ ରଖିଛି । ତେବେ ଏଥର ନୂଆ ସଦସ୍ୟ ସହ ଗତ ଥରର ସଦସ୍ୟଙ୍କ ସଦସ୍ୟତା ନବୀକରଣ କରାଯିବ । ନବୀନ ପ୍ରଥମ ସଦସ୍ୟ ଭାବେ ନିଜ ସଦସ୍ୟତା ନବୀକରଣ କରିବା ସହ ସାରା ରାଜ୍ୟରେ ବିଜେଡି ଆରମ୍ଭ କରିବ ସଦସ୍ୟ ସଂଗ୍ରହର ମେଗା ଅଭିଯାନ । ଯାହା ଆସନ୍ତା ଦୁଇ ମାସ ଯାଏଁ ଚାଲିବ ।