ସ୍ତ୍ରୀ, ୨ପିଲା ଓ ଶାଶୁ ଶ୍ୱଶୁରଙ୍କୁ ଜୀଅନ୍ତା ଜାଳିଦେଲା ମଦ୍ୟପ ସ୍ୱାମୀ

1 min read

ଜଳନ୍ଧର: ପଞ୍ଜାବର ଜଳନ୍ଧରରେ ଜଣେ ବ୍ୟକ୍ତି ନିଜ ଶ୍ୱଶୁର ଘରେ ସ୍ତ୍ରୀ, ପୁଅ-ଝିଅ ଏବଂ ଶାଶୁ-ଶ୍ୱଶୁରଙ୍କୁ ଜୀଅନ୍ତା ଜାଳି ଦେଇଛି । ଅଭିଯୁକ୍ତ ସୋମବାର ବିଳମ୍ବିତ ରାତିରେ ସେ ସମୟରେ ଘରେ ନିଆଁ ଲଗାଇଥିଲା, ଯେତବେଳେ ସମ୍ପୂର୍ଣ୍ଣ ପରିବାର ଶୋଇ ରହିଥିଲା । ସେମାନଙ୍କୁ ବାହାରକୁ ଆସିବାର ସୁଯୋଗ ମିଳିନଥିଲା । ମୃତ୍ୟୁବରଣ କରିଥିବା ଦୁଇ ଶିଶୁଙ୍କ ବୟସ ୫ ଏବଂ ୭ ବର୍ଷ ଥିଲା ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦମ୍ପତ୍ତିଙ୍କ ମଧ୍ୟରେ ଘରୋଇ କଳହ ଲାଗି ରହୁଥିଲା । ଅଭିଯୁକ୍ତ କାଲି ସିଂହ ଖୁରଶୈଦପୁରା ଗାଁର ନିବାସୀ ଅଟେ । କାଲୀ ସିଂହର ବିବାହ ବିଟଲା ଗାଁର ସୁରଜନ ସିଂହଙ୍କ ଝିଅ ପରମଜିତ କୌରଙ୍କ ସହ ହୋଇଥିଲା । କାଲୀ ସିଂହ ସବୁବେଳେ ନିଶାଗ୍ରସ୍ତ ରହୁଥିଲା । ତାର ଏପରି ଅଭ୍ୟାସରେ ଅତିଷ୍ଟ ହୋଇ ସ୍ତ୍ରୀ ପରମଜିତ କୌର ପିଲାଙ୍କୁ ଧରି ବାପଘର ଗାଁ ବିଟଲା ଆସିଯାଇଥିଲେ ।

ଗତ ରାତିରେ ସ୍ୱାମୀ କାଲୀ ସିଂହ ସେମାନଙ୍କୁ ନେବାପାଇଁ ବିଟଲା ପହଞ୍ଚିଥିଲା । ସ୍ୱାମୀ କାଲୀ ରାଗରେ ଆସି ଏହି ଘଟଣା ଘଟାଇଥିଲା । ଯେତବେଳେ ସମ୍ପୂର୍ଣ୍ଣ ପରିବାର ଶୋଇଥିଲା ସେବେ କାଲୀ ଘରକୁ ବାହାରୁ ଲକ୍ କରିଦେଇଥିଲା । ଏହାପରେ ଘର ଉପରେ ପେଟ୍ରୋଲ ଢାଳିଦେଇଥିଲା ଏବଂ ନିଆଁ ଲଗାଇ ଦେଇଥିଲା ।

କାଲୀ ନିଜ ସ୍ତ୍ରୀ, ଝିଅ ଅର୍ଶଦୀପ କୌର, ପୁଅ ଗୁରମୋହଲ ସିଂହ, ଶାଶୁ ଜୋଙ୍ଗିଦରୋ ଏବଂ ଶ୍ୱଶୁର ସୁରଜନ ସିଂହଙ୍କୁ ଜୀବନ୍ତ ଜଳାଇ ଦେଇଥଇଲା । ସୂଚନା ମୁତାବିକ, ଘଟଣାକୁ ରୂପ ଦେବା ପରେ କାଲୀ ସିଂହ ଚିତ୍କାର କରିଥିଲା ଏବଂ କହିଥିଲା ନିଆଁ ନିଜେ ଲଗାଇଛି ବୋଲି । ଏହାର ସୂଚନା ମିଳିବା ପରେ ପୋଲିସ ଏବଂ ଫରେନ୍ସିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ହେଲେ ଘଟଣା ସ୍ଥଳରୁ କାଲୀ ଫେରାର ହୋଇଯାଇଥିଲା । ତାକୁ ଧରିବା ପାଇଁ ପୋଲିସ ଖୋଜା ଖୋଜି କରୁଛି । ତେବେ ମୃତ୍ୟୁ ପୂର୍ବରୁ ସ୍ତ୍ରୀ ପରମଜିତ କୌର ନିଜ ବୟାନରେ କହିଛନ୍ତି, ରାତିରେ କାଲୀ ଘରକୁ ଆସିଥିଲା । ତା ସହ ଅନ୍ୟ ତିନି ଜଣ ମଧ୍ୟ ଥିଲେ । କାଲୀ ଏବଂ ଅନ୍ୟ ଜଣେ ଘର ଭିତରକୁ ପସିଥିଲେ ଏବଂ କବାଟ ବନ୍ଦ କରି ବାହାରେ ଛିଡ଼ା ହୋଇଯାଇଥିଲେ । ଏହାପରେ ଘରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ ।