ଲୋନ୍ ମୋରାଟରିୟମ୍: ସୁଧ ଉପରେ ଲାଗୁ ସୁଧରୁ ମିଳିପାରେ ରିହାତି
1 min readନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା ୬ ମାସ ପାଇଁ ଦିଆଯାଇଥିବା ଲୋନ୍ ମୋରାଟରିୟମର ଅବଧି ଶେଷ ହୋଇଛି । ୩୧ ଅଗଷ୍ଟ ଲୋନ ମୋରାଟରିୟମର ସୁବିଧା ଅବଧି ଶେଷ ହୋଇଥିବା ବେଳେ ଚଳିତ ମାସ ଠାରୁ ଋଣଧାରୀଙ୍କୁ ସେମାନଙ୍କ ଇଏମ୍ଆଇ ପଇଠ କରିବାକୁ ପଡ଼ୁଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଲୋନ୍ ମୋରାଟରିୟମ୍ର ଅବଧିରେ ସୁଧ ଉପରେ ସୁଧ ଲାଗୁ ହେଉଥିଲା । ତାହା ଉପରେ ଋଣଧାରୀଙ୍କୁ ଆଶ୍ୱସ୍ତି ମିଳିପାରେ । ପୂର୍ବ ସିଏସି ରାଜୀବ ମହର୍ଷିଙ୍କ ଅଧ୍ୟକ୍ଷତାରେ ଏମ ସମିତି ଗଠିତ ହୋଇଥିଲା ।
ଏହି କମିଟି ସେହି ମାମଲା ଉପରେ କିଛି ପରାମର୍ଶ ଦେଇପାରେ । ଏଥିସହିତ ରିହାତିର ବୋଝ ବ୍ୟାଙ୍କ ବାଲାନ୍ସସିଟ୍ କିମ୍ୱା ଜମାକରୀଙ୍କ ଉପରେ ପଡ଼ିବନାହିଁ । ସମିତି କିଛି ନିର୍ଦ୍ଧିଷ୍ଟ ଋଣଧାରୀଙ୍କ ଉପରେ ଲାଗୁ ହୋଇଥିବା ଚକ୍ରବର୍ତ୍ତୀ ସୁଧ ଉପରେ ରୋକ ଲଗାଇବା ସମ୍ପର୍କିତ ପରାମର୍ଶ ଦେଇପାରନ୍ତି । ଏଥିସହ ଏଥିରେ ଛୋଟ ଋଣଧାରୀ ମଧ୍ୟ ସାମିଲ ହୋଇପାରନ୍ତି । ଏହି ସବୁ ଦିଗ ଉପରେ ବିଚାର ଜାରି ରହିଛି ।