ବାଂଲାଦେଶର ରୋମାଞ୍ଚକ ବିଜୟ, ପ୍ରଥମ ମ୍ୟାଚରେ ଭାରତ ପରାସ୍ତ

ମୀରପୁର: ପ୍ରଥମ ଦିନିକିଆ ମ୍ୟାଚରେ ହାରିଲା ଭାରତ  । ମୀରପୁର ଚାଲିଥିବା ମ୍ୟାଚରେ ଭାରତ ଚାଖିଛି ପରାଜୟର ସ୍ୱାଦ  । ବାଂଲାଦେଶ ଠାରୁ ହାରିଛି ଭାରତ  । ମେହିଦି ହାସନ ମିରାଜଙ୍କ ୩୮ ରନ ବଳରେ ବିଜୟ ହାସଲ କରିଛି ବାଂଲାଦେଶ   । ରୋମାଞ୍ଚକ ଭାବେ ମ୍ୟାଚ ହାତେଇଛି ବାଂଲାଦେଶ  । ୧୩୬ ରନ ସୁଦ୍ଧା ବାଂଲାଦେଶ ୯ ୱିକେଟ ହରାଇସାରିଥିବା ସ୍ୱତେ ଶେଷ ପର୍ଯ୍ୟନ୍ତ ଜାରି ରଖିଥିଲା ସଂଗ୍ରାମ  । ଅନ୍ତିମ ୱିକେଟକୁ ହରାଇ ପାରିନଥିଲା ଭାରତ  । ଫଳରେ ୧୮୭ ରନ କରି ଭାରତକୁ  ପରାଜିତ କରିଛି ପ୍ରତିପକ୍ଷ ବାଂଲାଦେଶ  ।

ଆଜିର ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୬ ରନ କରିଥିଲା । ଫଳରେ ଏବେ ବାଂଲାଦେଶ ଆଗରେ ୧୮୭ ରନ ଟାର୍ଗେଟ ରହିଛି । ଏହି ମ୍ୟାଚ ଜିତିବାକୁ ହେଲେ ବାଂଲାଦେଶକୁ ନିର୍ଦ୍ଧାରିତ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିବାକୁ ପଡିବ । ଏହି ମ୍ୟାଚରେ ଭାରତ ପକ୍ଷରୁ କେଏଲ ରାହୁଲ ୭୩ ରନର ଦମଦାର ଇଂନିସ ଖେଳିଥିଲେ ।

ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତ ବ୍ୟାଟିଂ ପାଇଁ ମୈଦାନକୁ ଆସିଥିଲା । ହେଲେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା ଦଳ । ସାକିବ ଉଲ ହାସନ ଓ ଇବାଦୋତ ହୁସେନ ଚମତ୍କାର ବୋଲିଂ କରିଥିଲେ । ଫଳରେ ଭାରତ ୪୧ ଓଭର ଖେଳି ୧୮୬ ରନରେ ଇଲ ଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ କେଏଲ ରାହୁଲ ୭୩, ରୋହିତ ଶର୍ମା ୨୭, ଶ୍ରେୟାସ ଆୟର ୨୪ ରନ କରିଥିଲେ ।