ହିନ୍ଦୁ ଧର୍ମକୁ ଅପହରଣ କରିନେଇଛି RSS-BJP: ମେହବୁବା ମୁଫ୍ତି    

1 min read

ଜାମ୍ମୁ-କାଶ୍ମୀର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦଙ୍କ ବୟାନକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଯାଇଛି । ତେବେ ଏହି ସମୟରେ ସଲମାନ ଖୁର୍ସିଦଙ୍କ ସମର୍ଥନରେ ଆଗକୁ ଆସିଛନ୍ତି ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି । ମେହବୁବା ଭାରତୀୟ ଜନତା ପାର୍ଟି ଓ ରାଷ୍ଟ୍ରିୟ ସ୍ବଂୟ ସେବକ ସଂଘକୁ ଟାର୍ଗେଟ କରିଛି । ପିଡିପି ମୁଖ୍ୟ ମେହବୁବା ମୁଫ୍ତି କହିଛନ୍ତି କି ସାମ୍ପ୍ରଦାୟିକ ସଂଗଠନକୁ ଆଇଏସ ସହିତ ତୁଳନା କରିବା କିଛି ଭୁଲ ନୁହେଁ । ସେ କହିଛନ୍ତି କି ଆରଏସଏସ ଓ ବିଜେପି ହିନ୍ଦୁ ଧର୍ମକୁ ଅପହରଣ କରିନେଇଛନ୍ତି । ସନାତନ ଧର୍ମ ଆମକୁ ଭାଇଚାରାର ଶିକ୍ଷା ଦେଇଥାଏ । କିନ୍ତୁ ସମ୍ପ୍ରଦାୟ ମଧ୍ୟରେ ମତଭେଦ ସୃଷ୍ଟି କରିବାକୁ ଧର୍ମକୁ ବ୍ୟବହାର କରୁଛି । ମୁଫ୍ତି କହିଛନ୍ତି କି ଆଇଏସଏସ ସହିତ ସମ୍ପ୍ରାଦିୟକ ସଂଗଠନର ତୁଳନା କରିବା କିଛି ଭୁଲ ନୁହେଁ । ତେବେ ଅଯୋଧ୍ୟା ଉପରେ ଲେଖିଥିବା ବହି ଉପରେ ଉତ୍ତେଜନା ମଧ୍ୟରେ ସଲମାନ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି କି ଭାରତକୁ ହିନ୍ଦୁ-ମୁସଲମାନ ଏକତା ଦରକାର ନାହିଁ?

ସଲମାନ ଖୁର୍ସିଦ Sunrise Over Ayodhya ନାମରେ ଏକ ବହି ଲେଖିଛନ୍ତି । ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଝଡ ସୃଷ୍ଟି ହୋଇଛି । କାହିଁକି ନା ସଲମାନ ଖୁର୍ସିଦ ଏହି ବହିରେ ହିନ୍ଦୁତ୍ବକୁ ଟାଗେର୍ଟ କରିଛନ୍ତି । ସଲମାନ ଖୁର୍ସିଦଙ୍କ ବହିର ୧୧୩ ନମ୍ବର ପେଜରେ ଅଧ୍ୟାୟ ହେଉଛି ‘Safron Sky’ । ଏଥିରେ ସଲମାନ ଲେଖିଛନ୍ତି କି ହିନ୍ଦୁତ୍ବ, ସାଧୁ ସନ୍ଥଙ୍କ ସନାତନ ଓ ପ୍ରାଚୀନ ହିନ୍ଦୁ ଧର୍ମକୁ ପୃଥକ କରୁଛି । ଯାହାକି ଆଇଏସଆଇଏସ ଓ ବୋକା ହରମ ଇସଲାମିକ ସଂଗଠନ ପରି । ତେବେ ସଲମାନ ଖୁର୍ସିଦଙ୍କ ଏହି ବହିକୁ ନେଇ କୋର୍ଟରେ ପହଞ୍ଚିଛି ହିନ୍ଦୁସେନା । ହିନ୍ଦୁ ସେନାର ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ପଟିଆଲା କୋର୍ଟରେ ବହି ପ୍ରକାଶନ, ପ୍ରଚାର ଓ ବିକ୍ରି ଉପରେ ରୋକ୍ ଲଗାଇବାକୁ କହିଛି । ହିନ୍ଦୁ ସେନା କହିଛି କି ଏହି ବହି ହିନ୍ଦୁତ୍ବଙ୍କ ଭାବନକୁ ଦୃଢ଼ ଭାବରେ ଆଘାତ ଦେଇଛି । ତେବେ ଏହା ପୂର୍ବରୁ ସୁପ୍ରିମକୋର୍ଟର ଦୁଇ ଜଣ ଓକିଲ ଏହି ବହିକୁ ନେଇ ସଲମାନ ଖୁର୍ସିଦଙ୍କ ବିରୋଧରେ ଦିଲ୍ଲୀ ପୋଲିସ କମିସନରଙ୍କ ପାଖରେ ଅଭିଯୋଗ କରିଛନ୍ତି ।

ସଲମାନ ଖୁର୍ସିଦଙ୍କ ବହିକୁ ନେଇ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଗୌରବ ଭାଟିଆ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ଏହି ବହି କେବଳ ହିନ୍ଦତ୍ବଙ୍କ ଭାବନକୁ ନୁହେଁ ଏହା ପୂରା ଭାରତର ଆତ୍ମାକୁ ଗଭୀର ଆଘାତ ଦେଇଛି । ଭାରତରେ ରହି ଏତେ ସମ୍ମାନ ପାଇଲା ପରେ କଂଗ୍ରେସ ପାର୍ଟି ଏମିତି କ’ଣ ପାଇଁ କରୁଛି । ତେବେ ଏହି ଚିନ୍ତାଧାରା କୌଣସି ଏକ କଂଗ୍ରେସ ନେତାର ନୁହେଁ ଏହା ଏବେ କଂଗ୍ରେସର ଆଦର୍ଶ ବୋଲି କହିଛନ୍ତି ଗୌରବ ଭାଟିଆ ।

Leave a Reply