ବିବାଦୀୟ ଭାଷଣ ପଡ଼ିଲା ଭାରି; ନିଜ ଘରେ ପୁଣି ନଜରବନ୍ଦୀ ରହିଲେ ମେହବୁବା ମୁଫତି
1 min readଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ତାଙ୍କ ଘରେ ନଜର ବନ୍ଦୀରେ କରାଯାଇଛି । ପରବର୍ତ୍ତୀ ଆଦେଶ ନଆସିବା ପର୍ଯ୍ୟନ୍ତ ତାଙ୍କୁ ତାଙ୍କ ଘରେ ନଜର ବନ୍ଦୀ ରଖାଯାଇଛି । ଜାମ୍ମୁ କାଶ୍ମୀରରେ ବଢ଼ିଥିବା ଆତଙ୍କବାଦ ଏବଂ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ମଧ୍ୟରେ ପ୍ରଶାସନ ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛି । ତେବେ ଏହି ନିଷ୍ପତି କେନ୍ଦ୍ର ସରକାରଙ୍କ ବିରୋଧରେ ମହେବୁବା ମୁଫତି ମୁହଁ ଖୋଲିବା ପରେ ଏପରି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ ।
Instead of handing over mortal remains of the innocent civilians, police has arrested the family members for demanding the bodies of their loved ones. Unbelievably ruthless & insensitive. Least they can do is return the mortal remains immediately. https://t.co/HtnH7eKAIy
— Mehbooba Mufti (@MehboobaMufti) November 17, 2021
ସୋମବାର ସୁରକ୍ଷାକକର୍ମୀଙ୍କ ଦ୍ବାରା ହୋଇଥିବା ଏନକାଉଣ୍ଟରେ କିଛି ଆତଙ୍କବାଦଙ୍କୁ ମାରିଥିଲେ । ତେବେ ଏହି ସମୟରେ ମୁଫତି କହିଥିଲେ କି ଘାଟିରେ ଆତଙ୍କବାଦଙ୍କୁ ମାରାଯାଉଛି କି ନାହିଁ ତାହା କାହାକୁ ଜଣାନାହିଁ । ସେ ଦାବି କରି କହିଥିଲେ କି ସୋମବାର ହୋଇଥିବା ଏନକାଉଣ୍ଟରରେ ତିନି ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ବରଣ ହୋଇଛି । ସେ ଆହୁରି କହିଥିଲେ କି ଘାଟିରେ ଆତଙ୍କବାଦ ନାମରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଉଛି । ଏହା ପୂର୍ବରୁ ଯେତେବେଳେ ଘାଟିରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢ଼ାଯାଇଥିଲା ସେ ସମୟରେ ମଧ୍ୟ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ।
ତେବେ ଏହି ସମୟରେ ଆଜି ମେହବୁବା ମୁଫତି ଜାମ୍ମୁ ସ୍ଥିତ କାର୍ଯ୍ୟାଳୟରେ ଏକ ରାଲିରେ ସମ୍ବୋଧିତ କରିଥିଲେ । ସେହି ସଭାରେ ସେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ସଭାରେ ଥିବା କାର୍ଯ୍ୟକର୍ତ୍ତା ନାରା ଦେଇଥିଲେ କି କାଶ୍ମୀରେ ସାଧାରଣ ଲୋକଙ୍କ ହତ୍ୟାକୁ ବନ୍ଦ କର । ତେବେ କର୍ମକର୍ତ୍ତାଙ୍କ ଏହି ନାରାକୁ ମେହବୁବା ମୁଫତି ମଧ୍ୟ ସମର୍ଥନ କରିଥିଲେ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କରିଥିଲେ ।