ସୋନମ୍‘ ବେୱଫା ! ତାକୁ ମୃତ୍ୟୁ ଦଣ୍ଡ ମିଳୁ …

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀ ପୋଛିଦେଲା ନିଜ ସିନ୍ଦୂର । ହନିମୁନରେ ଆସି ସ୍ଵାମୀଙ୍କୁ ମର୍ଡର କଲା । ଇନ୍ଦୋର ଦମ୍ପତି ନିଖୋଜ ଘଟଣାର ବଡ ଖୁଲାସା । ୟୁପିରୁ ଧରାପଡ଼ିଲା ସ୍ବାମୀକୁ ହତ୍ୟା କରିଥିବା ପତ୍ନୀ ସୋନମ । ହନିମୁନ୍ ପାଇଁ ମେଘାଳୟର ସିଲିଂକୁ ଯାଇଥିବା ଇନ୍ଦୋର ଦମ୍ପତ୍ତି ରାଜା ରଘୁବଂଶୀ ଏବଂ ସୋନମ ରଘୁବଂଶୀ ନିଖୋଜ୍ ଘଟଣାର ପ୍ରକୃତ କାରଣ ପର୍ଦ୍ଦାଫାସ୍ ହୋଇଛି । ଦମ୍ପତ୍ତି ନିଖୋଜ୍ ହେବା ପରେ ରାଜା ରଘୁବଂଶୀଙ୍କ ମୃତେଦେହ ଏକ ପାହାଡ଼ରୁ ଉଦ୍ଧାର ହୋଇଥିଲା । ଏହାପରେ ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା ତାଙ୍କ ପତ୍ନୀ କୁଆଡେ ଗଲେ ? ବର୍ତ୍ତମାନ ଏହି ନିଖୋଜ୍ ଘଟଣାର ଉପରୁ ପରଦା ଉଠିଛି । ପ୍ରକୃତରେ କୁହାଯାଉଛି ସ୍ବାମୀର ହତ୍ୟାକାରୀ ଥିଲା ସ୍ତ୍ରୀ ସୋନମ ସୂର୍ଯ୍ୟବଂଶୀ । ଏହି ଅଭିଯୋଗରେ ବର୍ତ୍ତମାନ ପୋଲିସ ତାଙ୍କୁ ଗିରଫ କରିଛି । ସିଲଂରେ ରାଜା ରଘୁବଂଶୀଙ୍କୁ ହତ୍ୟା କରାଯାଇଥିଲା ଏବଂ ତାଙ୍କ ମୃତଦେହ ପାହାଡ଼ରୁ ମିଳିଥିଲା, ଆଉ ସେତେବେଳେ ସୋନମ ନିଖୋଜ ହୋଇଯାଇଥିଲେ । ହତ୍ୟାକାଣ୍ଡର ୭ ଦିନ ପରେ ୟୁପିର ଗାଜିପୁରରୁ ଗିରଫ କରିଛି । ରାଜାଙ୍କୁ ହତ୍ୟା କରିବା ପାଇଁ ସୋନମ ଅପରାଧୀଙ୍କୁ ସୁପାରୀ ଦେଇଥିଲେ । ତେବେ ଘଟଣାର ଖୁଲାସା ହେବା ପରେ ପରିବାରରେ କାହାର କ’ଣ ରହିଛି ପ୍ରତିକ୍ରିୟା ଜାଣନ୍ତୁ ..
ଢାବାକୁ ଆସି ଭାଇକୁ ଫୋନ କରିଥିଲେ ସୋନମ
ଉତ୍ତରପ୍ରଦେଶ ଗାଜିପୁର ଅଂଚଳରୁ ସୋନମଙ୍କୁ ଧରିଛି ପୋଲିସ। ରାତି ଗୋଟାଏ ସମୟରେ ଗାଜିପୁର ଅଂଚଳର ଏକ ଢାବାକୁ ଆସିଥିଲେ ସୋନମ। ଢାବା ମାଲିକଙ୍କୁ ମୋବାଇଲ ମାଗି ତାଙ୍କ ଭାଇକୁ ଆସିବାକୁ ସୂଚନା ଦେଇଥିଲେ। ଢାବା ମାଲିକ ସୋନମଙ୍କ ଭାଇଙ୍କ ସହ କଥା ହୋଇ ସୋନମ ଢାବାରେ ଥିବା କହିଥିଲେ। ଏହାପରେ ସୋନମଙ୍କ ଭାଇ ସ୍ଥାନୀୟ ପୋଲିସକୁ ସୂଚନା ଦେବାକୁ କହିବା ପରେ ଢାବା ମାଲିକ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ପୋଲିସ ରାତି ପ୍ରାୟ ସାଢେ ୨ଟାରେ ସୋନମଙ୍କୁ ସେଠାରୁ ନେଇଯାଇଥିବା କହିଛନ୍ତି ଢାବା ମାଲିକ । ସେପଟେ ରାଜା ରଘୁବଂଶୀଙ୍କ ଭାଇ କହିଛନ୍ତି ଯାହା ହୋଇଛି ସୋନମ ନିଜେ ସବୁ କିଛି କହିବେ । ଯଦି ଦୋଷ କରିଥିବେ ତାହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ।
ସୋନମ ଆତ୍ମସମର୍ପଣ କରିବା କଥା ମିଛ
ସୋନମଙ୍କୁ ଉତ୍ତରପ୍ରଦେଶରୁ ଧରାଯାଇଥିବା କହିଛନ୍ତି ରାଜା ରଘୁବଂଶୀଙ୍କ ଭାଇ। ସେ ସୋନଙ୍କ ଭାଇ ଗୋବିନ୍ଦଙ୍କ ସହ କଥା ହୋଇଥିଲେ। ଗୋବିନ୍ଦ ସୋନମ ୟୁପିରେ ଥିବା ରାଜା ରଘୁବଂଶୀଙ୍କ ଭାଇକୁ ସୂଚନା ଦେଇଥିଲେ। ଉତ୍ତରପ୍ରଦେଶ ପୋଲିସକୁ ସୂଚନା ପରେ ପୋଲିସ ସୋନମଙ୍କୁ ସେଠାରୁ ନେଇଥିଲା। ତେବେ ସୋନମ ଆତ୍ମସମର୍ପଣ କରିବା କଥା ମିଛ ବୋଲି କହିଛନ୍ତି ରାଜା ରଘୁବଂଶୀଙ୍କ ଭାଇ । ସୋନମଙ୍କ ଏହି ହତ୍ୟାକାଣ୍ଡରେ ହାତ ସନ୍ଦେହକୁ ଅସ୍ଵୀକାର କରିଛନ୍ତି ରାଜା ରଘୁବଂଶୀଙ୍କ ଭାଇ। ଉଭୟ ବାହାଘରକୁ ନେଇ ଖୁସିରେ ଥିଲେ। ସେମାନେ କେବେବି ଗଣ୍ଡଗୋଳ କରିନଥିବା ଦେଖିନାହିଁ ବୋଲି କହିଛନ୍ତି ରାଜା ରଘୁବଂଶୀଙ୍କ ଭାଇ।
ସୋନମଙ୍କୁ ମୃତ୍ୟୁ ଦଣ୍ଡ ମିଳୁ
ପୁଅକୁ ଜୋର ଦବରଦସ୍ତ ମେଘାଳୟ ନେଇଯାଇଥିଲା। ଶିଲଂକୁ ନେଇ ପୁଅକୁ ମାରି ଦେଇଛି ବୋଲି କହିଛନ୍ତି ରାଜା ରଘୁବଂଶୀଙ୍କ ମାଆ। ରାଜାଙ୍କ ସ୍ତ୍ରୀ ସୋନମଙ୍କୁ ଆଜି ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁସାରେ ସୋନମଙ୍କ ଅନ୍ୟ କୌଣସି ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ଏହାକୁ ନେଇ ସ୍ଵାମୀଙ୍କୁ ହନିମୁନ ଯିବାକୁ କହି ମେଘାଳୟ ବୁଲିବାକୁ ଯିବାକୁ କହିଥିଲେ ପତ୍ନୀ ସୋନମ। ଏହାପରେ ସେଠାରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି । ଗତ ୨୩ ତାରିଖରେ ମେଘାଳୟରୁ ନିଖୋଜ ହୋଇଯାଇଥିଲେ ଦମ୍ପତି । ଗତ ୨ ତାରିଖରେ ରାଜା ରଘୁବଂଶୀଙ୍କ ମୃତଦେହ ଉଦ୍ଧାର ହୋଇଥିଲ ।
ମୋ ଝିଅ ନିର୍ଦ୍ଦୋଷ
ସେପଟେ ସୋନମଙ୍କ ବାପା ପ୍ରତିକ୍ରିୟା ରଖି ଏ ସମସ୍ତ ଅଭିଯୋଗ ମିଛ ଏବଂ ନିରାଧାର ବୋଲି କହିଛନ୍ତି। ପୋଲିସ ମିଛ କହୁଛି। ପୋଲିସ ଫସୁଥିବାରୁ ଓଲଟା ଝିଅ ଉପରେ ଦୋଷ ଲଦୁଛି। ମୋ ଝିଅ ସ୍ଵାମୀଙ୍କ ସହ ବୁଲିବାକୁ ଯାଇଥିଲା । ସେ କାହିଁକି ଏମିତି କରିବ ବୋଲି କହିଛନ୍ତି ସୋନମଙ୍କ ବାପା।