spot_img

Latest Posts

କରୋନା ଭୟ: ଅନ୍ୟ ରାଜ୍ୟରୁ ଘୁଷୁରୀ ଆମଦାନୀ ବନ୍ଦ କଲେ ମେଘାଳୟ ସରକାର

ଦେଶରେ ଲକ୍‌ଡାଉନ୍‌ ପରେ ମଧ୍ୟ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ସବୁ ରାଜ୍ୟ ସରକାର ଅନେକ ସତର୍କତା ଅବଲମ୍ବନ କରୁଛନ୍ତି । ମେଘାଳୟ ସରକାର ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସାମ ଏବଂ ଅରୁଣାଚଳ ପ୍ରଦେଶରେ କିଛି ଜିଲ୍ଲାରେ ପଶୁମାନଙ୍କ ଅଚାନକ ମୃତ୍ୟୁ ହେବା ଖବର ପ୍ରଚାରିତ ହେବା ପରେ ମେଘାଳୟ ସରକାର ଘୁଷୁରି ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କାରଣ ଏଠାରେ ଘୁଷୁରୀ ମାଂସ ହେଉଛି ଲୋକମାନଙ୍କର ମୁଖ୍ୟ ଖାଦ୍ୟ |

ଧେମାଜୀ, ଉତ୍ତର ଲାଖୀମ୍‌ପୁର, ବିଶ୍ୱନାଥ, ଦିବ୍ରୁଗଡ, ସିବସାଗର ଏବଂ ଜୋରହାଟ ଏବଂ ଅରୁଣାଚଳ ପ୍ରଦେଶର କେତେକ ଜିଲ୍ଲାରେ ଘଟିଛି ଅସ୍ୱଭାବିକ୍‌ ଭାବେ ଘୁଷୁରୀମାନଙ୍କ ମୃତ୍ୟୁ ହୋଇଛି । ଏହାକୁ ଦୃଷ୍ଟିରେ ରଖି ମେଘାଳୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି ନକରିବା ପର୍ଯ୍ୟନ୍ତ ଅନ୍ୟ ରାଜ୍ୟରୁ ଘୁଷୁରି ଆମଦାନୀ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଣୀ ଚିକିତ୍ସା ବିଭାଗର ମୁଖ୍ୟ ସଚିବ ଏସପି ଅହମ୍ମଦ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି।

ସମସ୍ତ ସରକାରୀ ଘୁଷୁରୀ ଫାର୍ମ, ବେସରକାରୀ ଫାର୍ମ ଏବଂ ଘୁଷୁରି ଚାଷୀଙ୍କୁ ସ୍ୱଚ୍ଛତା ଏବଂ ଜୈବ ନିରାପତ୍ତା ସୁନିଶ୍ଚିତ କରିବା ଏବଂ ସରକାରୀ ଆଦେଶକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବ୍ୟତୀତ ଘୁଷୁରିମାନଙ୍କ ମଧ୍ୟରେ ଅଧିକ ଜ୍ୱର କିମ୍ବା କୌଣସି ଅସାଧାରଣ ଲକ୍ଷଣ ଦେଖାଉଥିଲେ ତୁରନ୍ତ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିଷ୍ପତ୍ତି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରୋଷ୍ଟନ୍ ଟିନସଙ୍ଗ କହିଛନ୍ତି ଯେ, ଉଭୟ ରାଜ୍ୟର ଘୁଷୁରିମାନେ କୌଣସି ଏକ ଫ୍ଲୁରେ ପୀଡିତ ଅଛନ୍ତି । ପରୀକ୍ଷା ରିପୋର୍ଟ ଆସିବା ପରେ ସବୁକିଛି କ୍ଲିୟର ହୋଇଯିବ ।

Latest Posts

Don't Miss