ଓପିଟିସିଏଲରେ ରାଜ୍ୟ ସରକାରଙ୍କ ମେଗା ନିଯୁକ୍ତି

ଭୁବନେଶ୍ୱର: ଓପିଟିସିଏଲରେ ରାଜ୍ୟ ସରକାରଙ୍କ ମେଗା ନିଯୁକ୍ତି । ୬୦ ଜଣ ମ୍ୟାନେଜମେଣ୍ଟ ଟ୍ରେନି ଏବଂ ୧୭୫ ଜଣ ଜୁନିୟର ଟେକନିସିଆନଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଶକ୍ତି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି । ଶକ୍ତି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ଲୋକଙ୍କୁ ଯେପରି ୨୪ ଘଣ୍ଟା ବିଦ୍ୟୁତ ସେବା ମିଳିବ ସେଥିପାଇଁ ବ୍ୟବସ୍ଥା କରାଯାଉଛି ।
ଏହି ଅବସରରେ ନବନିଯୁକ୍ତ କର୍ମଚାରୀଙ୍କୁ କାର୍ଯ୍ୟଶୈଳୀ ନେଇ ଅନେକ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସୁଚିନ୍ତିତ ଯୋଜନା ଯୋଗୁ ଆଜି ଓଡ଼ିଶା ବିଦ୍ୟୁତ ବଳକା ରାଜ୍ୟ ପାଲଟିଛି । ରାଜ୍ୟରେ ୯୯ଟି ୩୩ କେଭି ସବଷ୍ଟେସନ ନିର୍ମାଣ ପାଇଁ ନିକଟରେ ୧୮୦୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ୨୦୧୦ ପରଠାରୁ ଓପିଟିସିଏଲରେ ୨ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ରୋଜଗାର ମିଳିଛି ।