ଚଳିତ ମାସରେ ଦୁଇ ସୁପର ପାଓ୍ବାର ମୁଖ୍ୟଙ୍କ ଭେଟଘାଟ, କରିବେ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା

1 min read

ନନ୍ଦିଘୋଷ ବ୍ୟୁରୋ: ଚଳିତ ମାସରେ ଦୁଇ ସୁପରପାଓ୍ବାର ମୁଖ୍ୟଙ୍କ ଭେଟଘାଟ । ଆସନ୍ତା ନଭେମ୍ବର ୧୧ରୁ ୧୭ ଯାଏ ସାନଫ୍ରାନସିସ୍କୋରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସୀୟ-ପ୍ରଶାନ୍ତ ଅର୍ଥନୈତିକ ସହଯୋଗ ବା ଆପେକ ସମ୍ମିଳନୀରେ ଭେଟଘାଟ ହେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ।

ଦୁଇ ନେତାଙ୍କ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଜିନପିଙ୍ଗଙ୍କ ଗସ୍ତ ପୂର୍ବରୁ ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ଓ୍ବି ଓ୍ବାଶିଂଟନକୁ ଏକ ବିରଳ ଘଟଣାକ୍ରମେ ଗସ୍ତ କରିଥିଲେ । ଆପେକ୍ ସମ୍ମିଳନୀ ଅବସରରେ ଜିନପିଙ୍ଗ ଓ ବାଇଡେନଙ୍କ ମଧ୍ୟରେ କି କି ଆଲୋଚନା ହେବ ସେ ସମ୍ପର୍କରେ ଓ୍ବାଙ୍ଗ ଓ୍ବି କ୍ଷେତ୍ର ପ୍ରସ୍ତୁତ କରିଥିଲେ ।

ହ୍ବାଇଟ ହା୍ଉସ ପ୍ରେସ ସଚିବ କାରିନ ପିରେରେ କହିଛନ୍ତି- ସମ୍ମିଳନୀ ବେଳେ କେଉଁ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା  ହେବ ତାହା ସ୍ଥିରିକୃତ ହୋଇଛି । କିଛି ଦିନ ତଳେ ଇଣ୍ଡୋନେସିଆରେ ଗ୍ରୁ-୨୦ ସମ୍ମିଳନୀ ଅବସରରେ ବାଇଡେନ ଓ ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଇସ୍ରାଏଲ-ହମାସ ଯୁଦ୍ଧ, ତାଇଓ୍ବାନ ଆଦି ପ୍ରସଙ୍ଗରେ ବି ଦୁଇ ନେତା କରିପାରନ୍ତି ଆଲୋଚନା ।