୧୭ ଏକର ଜମିରେ ହେବ ଗୁରୁକୂଳ, ୪ଶହ ସେବାୟତ ପରିବାରକୁ ମିଳିବ ଘର

1 min read

ପୁରୀ: ଶେଷ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ  । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିଲା ମୋହର  । ଏଥର ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର। ଆର୍ଥିକ ସ୍ଥିତି ଦୁର୍ବଳ ଥିବା ସେଵକଙ୍କ ଘର ପାଇଁ ନୂଆ ପରିଚାଳନା କମିଟିର ପ୍ରଥମ ବୈଠକରେ ଆଲୋଚନା ହୋଇଛି । ପ୍ରାୟ ୪ଶହ ପରିବାରକୁ ଘର ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ୮ଏକର ଜମିରେ ଘର ନିର୍ମାଣ ହେବ। ଲ୍ୟାଣ୍ଡ ସବକମିଟି ଏହାକୁ ଅନୁମୋଦନ କରିବ । ଘର ନିର୍ମାଣ ପାଇଁ ଦୁଇଲକ୍ଷ ଟଙ୍କା ସେବକଙ୍କୁ ଦିଆଯିବ।

ସେହିପରି ଆସନ୍ତା ବର୍ଷଠାରୁ ଶ୍ରୀମନ୍ଦିର ଗୁରୁକୁଳ ଆରମ୍ଭ ହେବ । ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି । ୧୭ ଏକର ଜମି ମାଟିତୋଟାରେ ଗୁରୁକୂଳକୁ ମିଳିବ । ସୋସାଇଟିର ଚେୟାରମ୍ୟାନ ଗଜପତି ମହାରାଜା ରହିବେ। ଗୋଟିଏ ସଂସ୍ଥା ସହ ଗୁରୁକୂଳ ପାଇ ଏମଓୟୁ ହେବ। ଆଦର୍ଶ ଗୁରୁକୂଳ ପାଇଁ ଓଡିଶା ସରକାର ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଅନ୍ୟ ପକ୍ଷରେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ପାଇଁ ଭଲ ପ୍ଲାନିଂ କରିବା ପାଇଁ ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ସହ ମିଶି ୫ବର୍ଷିଆ ରକ୍ଷଣାବେକ୍ଷଣ ପ୍ଲାନ୍ କରାଯିବ । ରଥଯାତ୍ରା ପରେ ରଥର ଚକକୁ ମାଗଣାରେ ଯୋଗାଇ ଦିଆଯିବ। ଏନେଇ ସବକମିଟିକୁ ଦାୟିତ୍ୱ ଦିଆଯାଇଛି। ଅର୍ଥ ସବକମିଟି ବଜେଟ୍ ଆସନ୍ତା ପରିଚାଳନା କମିଟିରେ ହେବ। ହେରିଟେଜ କରିଡର୍ ପାଇଁ ଅନେକ ଅନୁମୋଦନ ହୋଇଛି। NMA ଅନୁମୋଦନ ଖୁବଶୀଘ୍ର ଦେବ ।

Leave a Reply