କୋରନା ଭାଇରସ ପାଇଁ ଭୁବନେଶ୍ୱରରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର: କୋରନା ଭାଇରସ ନେଇ ଆରଏମଆରସିରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଭୁବନେଶ୍ୱର ଆରଏମଆରସିରେ ହୋଇଥିବା ବୈଠକରେ ସବୁ ଜିଲ୍ଲାମୁଖ୍ୟାଳୟ ଓ ଘରୋଇ ଡାକ୍ତର ଖାନାର ପ୍ରତିନିଧି ମାନେ ଯୋଗଦେଇଥିଲେ । ଆରଏମ୍ଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି, ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଏସ୍. କର ଏହି ବୈଠକରେ ଉପସ୍ଥିତ ଥିଲେ । କରୋନା ପାଇଁ କି ପଦକ୍ଷେପ ନିଆଯିବ ଏବଂ କିଭଳି ପ୍ରତିଷୋଧକ ନେବା ଉଚିତ ସେନେଇ ବୈଠକରେ ଆଲୋଚନା ହୋଇଛି । ଓଡ଼ିଶାରେ ୧୦ ଜଣ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିମଧ୍ୟରୁ ୪ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି । ବାକି ରିପୋର୍ଟ ହସ୍ତଗତ ହୋଇନଥିବାବେଳେ ଆହୁରି ନମୁନା ପଠାଯାଇଛି ।
ତେବେ କରୋନା ଭାଇରସ୍ ପାଇଁ ଘରୋଇ ଓ ସରକାରୀ ହସ୍ପିଟାଲକୁ ସଜାଗ ରହିବାକୁ ବୈଠକରେ ନଷ୍ପତି ହୋଇଛି । ଏହାସହ ଲାବ୍ ଟେକନିସିଆନ୍ କିପରି ଭାବେ ସନ୍ଦିଗ୍ଧଙ୍କ ନମୁନା ସତର୍କତାର ସହ ସଂଗ୍ରହ କରିବେ ସେନେଇ ପରାମର୍ଶ ଦିଆଯାଇଛି । ସେମାନଙ୍କୁ ଯେପରି ସଂକ୍ରମଣ ନ ବ୍ୟାପେ ସେନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର ସୁଶାନ୍ତ କର । ସାନିଟାଇଜେସନକୁ ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକତା ଅଛି ବୋଲି କହିଛନ୍ତି ଆରଏମ୍ଆରସି ନିର୍ଦ୍ଦେଶିକା ।