+୩ର ଷଷ୍ଠ ସେମିଷ୍ଟାର ପରୀକ୍ଷା ନେଇ ଆଜି ବସୁଛି ଜରୁରୀ ବୈଠକ

ଭୁବନେଶ୍ୱର: କରୋନା କାଳରେ ସବୁ ସ୍କୁଲ କଲେଜକୁ ବନ୍ଦ କରିଦିଆଯାଇଛି । ଏଭଳି ସ୍ଥିତିରେ ବିଭିନ୍ନ ପିଲାଙ୍କ ପାଠ ପଢାରେ ବିଭିନ୍ ସମସ୍ୟା ମଧ୍ୟ ଦେଖାଦେଇଛି । ଦୀର୍ଘ ୩ମାସ ହେବ କଲେଜ ବନ୍ଦ ଥିବାରୁ ବିଭିନ୍ନ ପରୀକ୍ଷା ଉପରେ ପ୍ରଭାବ ପଡ଼ିଛି । ଏବଂ +୩ ଶେଷ ସେମିଷ୍ଟାର କିଭିଳି ହେବ କିମ୍ବା କିପରି ପିଲାଙ୍କୁ ଉତ୍ତିର୍ଣ୍ଣ କରାଯିବ ସେନେଇ ଚିନ୍ତା ଦେଖା ଦେଇଥିଲା ।

ତେଣୁ  ଯୁକ୍ତ ତିନି ଷଷ୍ଠ ସେମିଷ୍ଟାର ପରୀକ୍ଷା ନେଇ ଆଜି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ବସୁଛି ଜରୁରୀ ବୈଠକ । ଭିଡିଓ କନଫରେନସିଂ ଜରିଆରେ ସବୁ ବିଶ୍ୱବିଦ୍ୟାଳୟ କୁଳପତି, ସମସ୍ତ ସ୍ୱୟଂଶାସିତ ଓ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କ ସହ ଏନେଇ ଆଲୋଚନା କରିବେ । ସକାଳ ୧୧ଟାରୁ ଦିନ ୨ଟା ଯାଏଁ ବୈଠକ ଚାଲିବ ।

ବୈଠକରେ ପରୀକ୍ଷା ଓ ଶିକ୍ଷାୟତନ ନେଇ ଆଲୋଚନା ହେବ। ପୂର୍ବରୁ ବିଭାଗ ପକ୍ଷରୁ ଯ଼ୁକ୍ତ ତିନି ଓ ପିଜିର ଶେଷ ସେମିଷ୍ଟର ପରୀକ୍ଷାକୁ ଛାଡି ଅନ୍ୟ ସେମିଷ୍ଟାର ପରୀକ୍ଷା ନକରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ପ୍ରତିବାଦରେ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି ।

Leave a Reply