ଏଭଳି ଜଣେ ମହିଳା, ଯିଏ ୩୦୦ ସିଂହ ଓ ୫୦୦ରୁ ଅଧିକ ବାଘକୁ ଦେଇଛନ୍ତି ଜୀବନଦାନ

1 min read

ଆଇଏଫଏସ ଅଫିସର ପରବିନ କାସଓ୍ୱାନ ଏକ ଫଟୋ ଶେୟାର କରି ଜଣେ ସାହସୀ ମହିଳାଙ୍କ ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ପରବିନ୍ ଏଭଳି ଜଣେ ମହିଳାଙ୍କ ବିଷୟରେ ଲେଖିଛନ୍ତି ଯିଏ ଖୁବ ସାହସୀ । ସେ ଆଜି ପର‌୍ୟ୍ୟନ୍ତ ୧୦୦୦ରୁ ଅଧିକ ପଶୁଙ୍କୁ ରକ୍ଷା କରିଛନ୍ତି । ଏମାନଙ୍କ ମଧ୍ୟରେ ୩୦୦ ସିଂହ, ୫୦୦ ବାଘ, କୁମ୍ଭୀର ଏବଂ ପାଇଥନ ଅନ୍ତର୍ଭୁକ୍ତ ଅଛନ୍ତି । ସେ ଏମାନଙ୍କୁ କୂଅରୁ ରକ୍ଷା କରନ୍ତି । ଜଙ୍ଗଲର ରାଜାଠୁ ଅଧିକ ସାହସ ଏବଂ ଆତ୍ମବିଶ୍ୱାସର ସହିତ ଜଙ୍ଗଲରେ ବୁଲନ୍ତି ଏହି ଜଙ୍ଗଲ ରାଣୀ ରସୀଲା ବାଢେର ।


କହିରଖୁଛୁ ରସୀଲା ଗୁଜୁରାଟର ଗୀର ନ୍ୟାସନାଲ ଜାତୀୟ ଉଦ୍ୟାନରେ କାମ କରନ୍ତି । ସ ପ୍ରଥମ ମହିଳା ଯିଏ ବନ ବିଭାଗରେ ପଶୁ ମାନଙ୍କୁ ରକ୍ଷା କରିବା ପାଇଁ କାମ କରୁଛନ୍ତି । ୨୦୦୭ରେ ସେ ଫରେଷ୍ଟ ଓ୍ୱର୍କର ପରୀକ୍ଷା ଦେବା ପୂର୍ବରୁ ଓ୍ୱାଇଲଡ ଲାଇଫ ଗାଇଡ ଥିଲେ । ସେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ବନ ବିଭାଗରେ ମହିଳା ଟିମ ଗଠନ କରିଥିଲେ । ତେବେ ମହିଳାଙ୍କୁ ବନ ବିଭାଗରେ ଚାକିରି ଦେବାରେ ଗୁଜୁରାଟ ଥିଲା ପ୍ରଥମ ରାଜ୍ୟ । ସେହି ଦିନଠାରୁ ମହିଳା ସେଠାରେ ପଶୁ ମାନଙ୍କର ରକ୍ଷଣା ବେକ୍ଷଣା କରନ୍ତି । ସେମାନଙ୍କ ମଧ୍ୟରୁ ରସୀଲା ଜଣେ ।

୨୦୦୮ରେ ରସୀଲା ଜଙ୍ଗଲ ଯିବା ଆରମ୍ଭ କଲେ । ତେବେ ପ୍ରଥମରୁ ହିଁ ରସୀଲା ଜଙ୍ଗଲରେ ପଶୁମାନଙ୍କ ନିକଟକୁ ଯାଇ ସେମାନଙ୍କ ଯତ୍ନ ନେବାକୁ ଚାହୁଁଥିଲେ । ଏହାପରେ ସେ ରେସ୍କ୍ୟୁ ଅପରେସନରେ ଯୋଗ ଦେଲେ । ତାହା ପରଠାରୁ ସେ ଶହ ଶହ ପଶୁ ମାନଙ୍କୁ ଜୀବନ ଦାନ ଦେଇ ସାରିଛନ୍ତି । ଏକ ଜାତୀୟ ଗଣ ମାଧ୍ୟମର ଖବର ଅନୁସାରେ ସେ କୁହନ୍ତି ତାଙ୍କ କାମର କୌଣସି ସମୟ ସୀମା ନାହିଁ । ଯେତେବେଳେ କୌଣସି ପଶୁ ସମସ୍ୟାରେ ପଡ଼େ ସେ ରକ୍ଷା କରିବାକୁ ଚାଲି ଯାଆନ୍ତି । ପଶୁ ମାନଙ୍କୁ ରସୀଲା ରକ୍ଷା କରିବା ସହିତ ଇଞ୍ଜେକ୍ସନ ଦିଅନ୍ତି । ସେମାନଙ୍କୁ ଯଦି ଆଘାତ ଲାଗିଥାଏ ତେବେ ଔଷଧ ଲଗାଇ ଦିଅନ୍ତି । ନିହାତି ଭାବରେ ଜଣେ ଦାୟୀତ୍ୱ ସମ୍ପନ୍ନ ବ୍ୟକ୍ତି ଏହି କାମ କରିପାରିବ ।

Leave a Reply