spot_img

Latest Posts

ହଲିଉଡ ଫିଲ୍ମ ପାଇଁ ନମିତ ମଲହୋତ୍ରାଙ୍କୁ ଓସ୍କାର, ଜାଣନ୍ତୁ କିଏ ଏହି ନମିତ…

ଓସ୍କାର ଆୱାର୍ଡସ୍ ୨୦୨୨ରେ ସାଇନ୍ସ ଫିକ୍ସେସନ୍ ଫିଲ୍ମ ‘ଡ୍ୟୁନ୍’(Dune) ୬ଟି ପୁରସ୍କାର ହାତେଇଛି । ଯେଉଁଥିରେ ଗୋଟିଏ କାଟେଗୋରୀ ରହିଥିଲା ବେଷ୍ଟ ଭିଜୁଆଲ୍ ଇଫେକ୍ଟସ୍। ଲଣ୍ଡନ ଭିତ୍ତିକ ଭିଜୁଆଲ୍ ଇଫେକ୍ଟ ଏବଂ ଆନିମେସନ୍ କମ୍ପାନୀ DNEG ଦ୍ୱାରା ‘ଡ୍ୟୁନ୍’ର VFX (ଭିଜୁଆଲ୍ ଇଫେକ୍ଟସ୍) ପ୍ରସ୍ତୁତ କରାଯାଇଥିଲା । ଡ୍ୟୁନ୍ ଫିଲ୍ମ ବ୍ୟତୀତ DNEGକୁ ମଧ୍ୟ ଆଉ ଏକ ଫିଲ୍ମ ପାଇଁ ୯୪ତମ ଓସ୍କାର ସମାରୋହରେ ‘ବେଷ୍ଟ ଭିଜୁଆଲ୍ ଇଫେକ୍ଟସ୍’ ବର୍ଗରେ ମନୋନୀତ କରାଯାଇଛି । ଉକ୍ତ ଫଲ୍ମଟି ହେଉଛି ଜେମ୍ସ ବଣ୍ଡ ସିରିଜର ‘ନୋ ଟାଇମ୍ ଟୁ ଡାଏ’ । ଏହି DNEG କମ୍ପାନୀର ସିଇଓ ହେଉଛନ୍ତି ଭାରତୀୟ ବଶୋଦ୍ଭବ ନମିତ ମଲହୋତ୍ରା । ନମିତ ହେଉଛନ୍ତି ବଲିଉଡ ଚଳଚ୍ଚିତ୍ର ନିର୍ମାତା ନରେଶ ମଲହୋତ୍ରାଙ୍କ ପୁଅ ଏବଂ ସିନେମାଟୋଗ୍ରାଫର ଏମ.ଏନ୍ ମଲହୋତ୍ରାଙ୍କ ନାତି।

ମିଡିଆ ରିପୋର୍ଟ ଅନୁଯାୟୀ, ମୁମ୍ବାଇରେ ଜନ୍ମିତ ନମିତ ମୁମ୍ବାଇରେ ହିଁ ପାଠ ପଢିଥିଲେ। ସେ ମୁମ୍ବାଇର ‘HR College of Commerce and Economics’ରେ ଉଚ୍ଚଶିକ୍ଷା କରିଥିଲେ । ୧୯୯୫ରେ ନମିତ କମ୍ପ୍ୟୁଟର ଗ୍ରାଫିକ୍ସ ସ୍କୁଲରେ ଆଡମିଶନ ନେବା ପରେ ଜାଣିପାରିଥିଲେ ଯେ ଫିଲ୍ମର ଏକ ବଡ଼ ଅଂଶ କମ୍ପ୍ୟୁଟର ଉପରେ ନିର୍ଭର କରିଥାଏ । ପରେ ସେ ନିଜ ଅନୁଷ୍ଠାନର ୩ ଶିକ୍ଷକଙ୍କୁ ପିତାଙ୍କ ଗ୍ୟାରେଜରେ ଆରମ୍ଭ ହୋଇଥିବା ଏଡିଟିଂ ଷ୍ଟୁଡିଓର କୋ-ଫାଉଣ୍ଡର କରିଦେଇଥିଲେ। ଯାହାପରେ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ପ୍ରାଇମ୍ ଫୋକସ୍ ଲିମିଟେଡର ପ୍ରତିଷ୍ଠା
‘ଭିଡ଼ିଓ ୱର୍କସପ୍’ ବହୁ ବର୍ଷ ଧରି ବିଭିନ୍ନ ହିନ୍ଦୀ ମନୋରଞ୍ଜନ ଚ୍ୟାନେଲର ଅନେକ ଲୋକପ୍ରିୟ ଶୋ ପାଇଁ ସ୍ପେଶାଲ୍ ଇଫେକ୍ଟ୍ ଦେବାର କାମ କରିଛି। ୧୯୯୭ ମସିହାରେ ନମିତ ନିଜ ପିତାଙ୍କ କମ୍ପାନୀ ସହିତ ‘ଭିଡିଓ ୱର୍କସପ୍’ର ମିଶ୍ରଣ କରି ବିଶ୍ୱର ସର୍ବବୃହତ ସ୍ୱତନ୍ତ୍ର ଓ ଇଣ୍ଟିଗ୍ରେଟେଡ୍ ମିଡିଆ କମ୍ପାନୀ ‘ପ୍ରାଇମ୍ ଫୋକସ୍ ଲିମିଟେଡ୍’ର ପ୍ରତିଷ୍ଠା କରିଥିଲେ। ନମିତ ବିଶ୍ୱର ଅନେକ ସହରରେ କମ୍ପାନୀର ବିସ୍ତାର କରିଥିଲେ ।

‘ପ୍ରାଇମ୍ ଫୋକସ୍ ଲିମିଟେଡ୍’ ହଲିଉଡ ଫିଲ୍ମ ‘ଟାଇଟାନିକ’କୁ 3Dରେ ରୂପାନ୍ତର କରିବା ବ୍ୟତୀତ ଅନେକ ବଡ ହଲିଉଡ ଚଳଚ୍ଚିତ୍ରରେ ସ୍ପେଶାଲ୍ ଇଫେକ୍ଟ ଦେଇଛି । ୨୦୧୪ରେ ନମିତ ମଲହୋତ୍ରା ଲଣ୍ଡନ ସ୍ଥିତ ଭିଜୁଆଲ୍ ଇଫେକ୍ଟସ୍ ଷ୍ଟୁଡିଓ- ଡବଲ୍ ନେଗେଟିଭ୍ (DNEG) ସହିତ ପ୍ରାଇମ୍ ଫୋକସ୍ ଲିମିଟେଡକୁ ମିଶ୍ରଣ କରି ଦେଇଥିଲେ।

ଏହି ଚଳଚ୍ଚିତ୍ର ଗୁଡ଼ିକରେ ଦେଇଛନ୍ତି ଭିଜୁଆଲ୍ ଇଫେକ୍ଟ 
ଡ୍ୟୁନ୍ ବ୍ୟତୀତ ନମିତଙ୍କ DNEG କମ୍ପାନୀ ‘ଶେର୍ଲକ୍ ହୋମସ୍’, ‘ଲାଷ୍ଟ ନାଇଟ୍ ଇନ୍ ସୋହୋ’, ‘ଡନକର୍କ’, ‘ଦ ଡାର୍କ ନାଇଟ୍ ରାଇଜ’, ‘ଫାଉଣ୍ଡେସନ୍’, ‘ଅଲ୍ଟେଡ୍ କାର୍ବନ୍’, ‘ଚେରନୋବିଲ୍’ ଭଳି ଚଳଚ୍ଚିତ୍ର ଏବଂ ଟିଭି ସୋରେ ମଧ୍ୟ ସ୍ପେଶାଲ୍ ଇଫେକ୍ଟ ଦେଇଛି। ‘ଡ୍ୟୁନ୍’ ହେଉଛି ଫ୍ରେଙ୍କ ହର୍ବର୍ଟଙ୍କ ପ୍ରସିଦ୍ଧ ଉପନ୍ୟାସ ‘ସାଇନ୍ସ ସାଇ-ଫାଇ’ ଉପରେ ଫିଲ୍ମ ଆଧାରିତ। ନମିତଙ୍କ କହିବା ଅନୁଯାୟୀ, କରୋନା ମହାମାରୀ ସମୟରେ ଏହିସବୁ ପ୍ରୋଜେକ୍ଟରେ କାମ କରିବା ଖୁବ୍ କଷ୍ଟ ଥିଲା, କିନ୍ତୁ ତାଙ୍କ ଟିମ୍ ଏହା କରିପାରିଛନ୍ତି ।

Latest Posts

Don't Miss