spot_img

Latest Posts

ମିରଠରେ ଲୋମହର୍ଷକ ହତ୍ୟା ଘଟଣା : ଡ୍ରମ ଭିତରେ ବାପା ଅଛନ୍ତି କହିଥିଲା ୬ ବର୍ଷର ଝିଅ

ନନ୍ଦିଘୋଷ ବ୍ୟୁରୋ : ମିରଠରେ ଲୋମହର୍ଷକ ହତ୍ୟା ଘଟଣା। ମୃତ ମର୍ଚ୍ଚାଣ୍ଟ ନାଭି ଅଫିସର ସୌରଭ ରାଜପୁତଙ୍କ ୬ ବର୍ଷର ଝିଅର ହୃଦୟ ବିଦାରକ ବୟାନ ଏବେ ଚର୍ଚ୍ଚାର କାରଣ ହୋଇଛି। ପଡୋଶୀଙ୍କୁ ଝିଅ କହିଥିଲା- ଡ୍ରମ ଭିତରେ ବାପା ଅଛନ୍ତି। ଅର୍ଥାତ ଝିଅ ଯେ ବାପାଙ୍କୁ ହତ୍ୟାର ପ୍ରତ୍ୟକ୍ଷଦର୍ଶୀ ଥିଲା ତାହା ପ୍ରତୀୟମାନ ହୋଇଛି। ପତ୍ନୀ ମୁସକାନ ରାସ୍ତୋଗୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ଲାଗି ଲଣ୍ଡନରୁ ଆସିଥିବା ସୌରଭଙ୍କୁ ପତ୍ନୀ ଓ ତାଙ୍କ ପ୍ରେମିକ ସାହିଲ ଶୁକ୍ଳା ଛୁରୀ ଭୁସି ହତ୍ୟା କରିବା ପରେ ୧୫ ଖଣ୍ଡ କରି ଡ୍ରମ ଭିତରେ ସିଲ୍ କରିଦେଇଥିଲେ। ତେବେ ଡ୍ରମ ଭିତରେ ବାପା ରହିଛନ୍ତି ବୋଲି ସୌରଭଙ୍କ ଝିଅ କହିଥିଲେ ବୋଲି ସୂଚନା ଦେଇଛନ୍ତି ସୌରଭଙ୍କ ମା ରେଣୁ ଦେବୀ।

ଗତ ମାର୍ଚ୍ଚ ୪ ତାରିଖରେ ଏହି ଲୋମହର୍ଷକ ହତ୍ୟାକାଣ୍ଡ ଘଟିଥିଲା। ସେପଟେ ଅଭିଯୁକ୍ତ ମୁସକାନ ଏହି ସମାଜରେ ରହିବା ଲାଗି ଅନୁପଯୁକ୍ତ ଏବଂ ତାଙ୍କୁ ଉଚିତ ଦଣ୍ଡ ମିଳୁ ବୋଲି କହିଛନ୍ତି ତାଙ୍କ ବାପା। ପୂର୍ବରୁ ମୁସକାନଙ୍କ ମା କବିତା ରାସ୍ତୋଗୀ କହିଥିଲେ- ତାଙ୍କ ଝିଅ ଏହି ହତ୍ୟାକାଣ୍ଡରେ ସାମିଲ ରହିଛି ବୋଲି ସ୍ବୀକାର କରିଥିଲା। ଜେରା ପରେ ସୌରଭଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତ ଶରୀରକୁ ୧୫ ଖଣ୍ଡ କରିଥିବା ଦୁଇ ଅଭିଯୁକ୍ତ ସ୍ବୀକାର କରିଥିଲେ। ସୌରଭଙ୍କ ପରିବାରର ଅଭିଯୋଗ କ୍ରମେ ପୋଲିସ ମାମଲା ଦାୟର କରି ତଦନ୍ତ କରୁଛି। ୨୦୧୬ରେ ବ୍ରହ୍ମପୁରୀ ଇନ୍ଦ୍ରନଗରୀ ବାସିନ୍ଦା ସୌରଭଙ୍କ ସହ ଗୁରିପୁରାର ମୁସ୍କାନ ରାସ୍ତୋଗୀଙ୍କ ସହ ପ୍ରେମ ବିବାହ ହୋଇଥିଲା। ପତ୍ନୀଙ୍କ ଜନ୍ମଦିନରେ ଲଣ୍ଡନରୁ ଆସିବା ପରେ ସୌରଭଙ୍କୁ ହତ୍ୟା କରିଥିଲେ ପ୍ରେମୀଯୁଗଳ।

Latest Posts

Don't Miss