କେଉଁ କ୍ରାଇମକୁ କେତେ ଟଙ୍କା ? ଭାଇରାଲ୍ ହେଉଛି ରେଟ୍ ଚାର୍ଟ…

1 min read

ମୀରଟ: ସୋମବାର ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏକ ରେଟ୍ ଚାର୍ଟ । ଉତ୍ତରପ୍ରଦେଶ ମୀରଟ ଜିଲ୍ଲାରେ ଅପରାଧର ଦର ତାଲିକାର ଏକ ପୋଷ୍ଟର ଭାଇରାଲ୍ ହେବାରେ ଲାଗିଛି । ପୋଷ୍ଟରରେ ୫୫ ହଜାର ଟଙ୍କାରେ ହତ୍ୟା, ଧମକ ପାଇଁ ୧ ହଜାର ଟଙ୍କା, ମାଡ଼ ମାରିବା ପାଇଁ ୫ ହଜାର ଟଙ୍କା, ଆହତ କରିବା ପାଇଁ ୧୦ ହଜାର ଟଙ୍କା ଲେଖାଯାଇଥିବା ପୋଷ୍ଟର ଭାଇରାଲ୍ ହୋଇଛି । ଏହା ବାଦ୍ ଏହି ପୋଷ୍ଟରରେ ଏକ ମୋବାଇଲ ନମ୍ବର ଲେଖାଯାଇଛି । ଯେଉଁ ନମ୍ବରରେ କଲ୍ କରି କୌଣସି ଅପରାଧୀ ପାଇଁ ସୁପାରି ଦିଆଯାଇ ପାରିବ । ମୀରଟର ବ୍ୟବସାୟୀଙ୍କ ଗ୍ରୁପରେ ଭାଇରାଲ୍ ହୋଇଛି ଏହି ପୋଷ୍ଟର । ଯାହାକୁ ନେଇ ବ୍ୟବସାୟୀ ଚିନ୍ତାପ୍ରକଟ କରିଥିବା ବେଳେ ଅନଲାଇନରେ ଅପରାଧ କାରବାରକୁ ନେଇ ସମସ୍ତେ ଚକିତ ହୋଇ ପଡ଼ିଛନ୍ତି ।

Meerut Crime Rate Chart Poster Viral On Social Media Uttar Pradesh

ମୀରଟ ପୋଲିସ ପାଖରେ ଏହି ଖବର ପହଞ୍ଚିବା ପରେ ପୋଲିସ ବି ଅବାକ୍ ହୋଇଯାଇଥିଲା । ଏକ ହ୍ୱାଟ୍ସଅପ ଗ୍ରୁପରେ ଏହି ପୋଷ୍ଟର ପୋଷ୍ଟ ହୋଇଥିବା ବେଳେ ପୋଲିସ ଧରପଗଡ଼ ଆରମ୍ଭ କରିଛି । ମୀରଟ ଏସଏସପି ଅଜୟ ସାହାଣୀ କହିଛନ୍ତି- ପୋଷ୍ଟର ଭାଇରାଲ୍ ମାମଲାରେ ମୀରଟ ସିଟି ଏସପି ତଦନ୍ତ କରୁଛନ୍ତି । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Crime Story

ଘଟଣାରେ ଏସଏସପି ଅଜୟ ସାହାଣୀ କହିଛନ୍ତି- ତଦନ୍ତରୁ ଜଣାପଡ଼ିଛି ଅପରାଧୀଙ୍କ ଯେଉଁ ନମ୍ବର ପୋଷ୍ଟରରେ ଦିଆଯାଇଛି । ତାର ସମ୍ପର୍କ ମୀରଟ କିମ୍ବା ଆଖପାଖ ଅଞ୍ଚଳ ସହିତ ନାହିଁ । ଯେଉଁ ଲୋକ ଏହି ପୋଷ୍ଟର ଭାଇରାଲ୍ କରିଛନ୍ତି ତାଙ୍କ ଉପରେ ମାମଲା କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ, ମୀରଟ ସହ ପୋଷ୍ଟରର କୌଣସି ଲିଙ୍କ ନଥିବା କହିଛି ପୋଲିସ୍ ।

Leave a Reply