spot_img

Latest Posts

ଅସନ୍ତା ୨୪ ଘଣ୍ଟାରେ ମଧ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା: ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟାରେ ଭିଜିବ ସାରା ଓଡ଼ିଶା । ଟ୍ରଫ ଲାଇନ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ଉତ୍ତର-ପୂର୍ବ ମଧ୍ୟପ୍ରଦେଶରୁ ଉତ୍ତର -ମଧ୍ୟ ମହାରାଷ୍ଟ୍ର ପର୍ଯ୍ୟନ୍ତ ଟ୍ରଫ ଲାଇନ ଯୋଗୁ ଜୁଲାଇ ପହିଲା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିବ। ଆଗାମୀ ୨୪ ଘଣ୍ଟାରେ ଭିଜିବ ସାରା ଓଡ଼ିଶା । ଟ୍ରଫ ଲାଇନ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି ।

ଉତ୍ତର-ପୂର୍ବ ମଧ୍ୟପ୍ରଦେଶରୁ ଉତ୍ତର-ମଧ୍ୟ ମହାରାଷ୍ଟ୍ର ପର୍ଯ୍ୟନ୍ତ ଟ୍ରଫ ଲାଇନ ଯୋଗୁ ଆସନ୍ତା ପହିଲା ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିବ। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କନ୍ଧମାଳ, ରାୟଗଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ଗଞ୍ଜାମ ଏବଂ ଗଜପତି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଏବଂ ଦକ୍ଷିଣ ଓଡ଼ିଶାରେ କିଛି-କିଛି ସ୍ଥାନରେ ବର୍ଷା ହୋଇଛି |

ନୂଆପଡା ଜିଲ୍ଲାର ସିନପାଲିରେ ୧୧୩.୦ ମିଲିମିଟର ଏବଂ ଅନୁଗୁଳ ଜିଲ୍ଲା କଣିହାଁ ଠାରେ ୭୨.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଜୁନ ୧ରୁ ୨୮ ତାରିଖ ସୁଦ୍ଧା ଓଡ଼ିଶାରେ ହାରାହାରି ହୋଇଛି ୨୨୮.୫ ମିଲିମିଟର ବର୍ଷା | ଯାହା ସ୍ୱାଭାବିକ ବର୍ଷା ୧୯୭.୮ ମିଲିମିଟରଠାରୁ ୧୬ ପ୍ରତିଶତ ଅଧିକ | ତେବେ କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ସ୍ୱାଭାବିକଠାରୁ କମ ବର୍ଷା ହୋଇଛି |

ଅନ୍ୟପକ୍ଷରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୋନପୁର, ବୌଦ୍ଧ, କନ୍ଧମାଳ, ଗଂଜାମ, ଗଜପତି, ନବରଙ୍ଗପୁର, ଏବଂ ନୟାଗଡ ପ୍ରଭୃତି ୧୧ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି ଜୁନ ୩୦ରେ ଓଡିଶାର ପ୍ରାୟ ଜିଲ୍ଲାରେ କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଲାଙ୍ଗୀର, ଦେବଗଡ଼, ସୋନପୁର, ବୌଦ୍ଧ, ନୂଆପଡା, ସମ୍ବଲପୁର, ସୁନ୍ଦରଗଡ, ଗଜପତି, ଗଂଜାମ, ପୁରୀ, କନ୍ଧମାଳ, ରାୟଗଡା ପ୍ରଭୃତି ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Latest Posts

Don't Miss