ଭୁବନେଶ୍ବର ଏମ୍ସରୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡ୍ରୋନରେ ଗଲା ଔଷଧ

ଭୁବନେଶ୍ବର: ପରୀକ୍ଷା ମୂଳକ ଭାବେ ସଫଳ ହେଲା ଡ୍ରୋନ ସେବା । ଦ୍ବିତୀୟ ଥର ପାଇଁ ଭୁବନେଶ୍ବର ଏମ୍ସରୁ ଡ୍ରୋନ ସେବା ଆରମ୍ଭ ହୋଇଛି । ଭୁବନେଶ୍ବର ଏମ୍ସରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଲା ଜରୁରୀ ଔଷଧ ।

ଭୁବନେଶ୍ବର ଏମ୍ସରୁ ଟାଙ୍ଗୀ ମେଡିକାଲକୁ ଉଡ଼ାଣ ଭରିଥିବା ଡ୍ରୋନରେ ଥିଲା ଗୁରୁତର ରୋଗୀଙ୍କ ପାଇଁ ଇଞ୍ଜେକସନ । ଡ୍ରୋନ ଔଷଧ ପହଞ୍ଚାଇବା ପରେ ରୋଗୀଙ୍କୁ ଇଞ୍ଜେକ୍ସନ ଦିଆଯାଇଛି । ଏମ୍ସ ପକ୍ଷରୁ ଓଡିଶାରେ ଏହି ସେବା ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି । ୭୦ କିଲୋମିଟର ଯିବା ପାଇଁ ଡ୍ରୋନକୁ ୩୫ ମିନିଟ ସମୟ ଲାଗୁଛି । ଆକାଶ ପଥରେ ପକ୍ଷୀଙ୍କ ଠାରୁ ଢେର ଉଚ୍ଚରେ ୪୦୦ ଫୁଟ ଉଚ୍ଚତାରେ ଏହି ଡ୍ରୋନ ଉଡାଣ କରିବାର ରହିଛି କ୍ଷମତା । ଏହାସହ ଡ୍ରୋନ ୫ କେଜି ଓଜନ ପରିବହନ ସହ ଅତି ଜରୁରୀ ପରିସ୍ଥିତିରେ ରୋଗୀଙ୍କୁ ଜରୁରୀ ଔଷଧ ସହ ରକ୍ତ ଯୋଗାଣର ବ୍ୟବସ୍ଥା କରାଯାଇଛି । ଡ୍ରୋନ ମାଧ୍ୟମରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ଲୋକେ ଅଧିକ ଉପକୃତ ହୋଇପାରିବେ ।