ଔଷଧ ଦୋକାନରେ ରେଡ୍

1 min read

ବେଆଇନ ନିଶା ବଟିକା ଓ ସିରପ ବିକ୍ରି ଅଭିଯୋଗରେ ରାଜଧାନୀରେ ବିଭିନ୍ନ ଔଷଧ ଦୋକାନରେ ଚଢ଼ାଉ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡ୍ରଗ୍ସ ଇନସ୍ପେକ୍ଟରଙ୍କ ନେତୃତ୍ୱରେ ଏକ ଟିମ୍ ଗତକାଲି ରାତିରେ ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ପରେ ରାଜଧାନୀରେ ଔଷଧ ଦୋକାନୀମାନଙ୍କ ମଧ୍ୟରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି । ତେବେ ଅଧିକାଂଶ ଦୋକାନୀ ଖବର ପାଇ ଦୋକାନ ବନ୍ଦ କରି ଦେଇଥିଲେ  ।

ନିଶା ବଟିକା ଓ ସିରପ ଗୁଡ଼ିକ ବିଶେଷ କରି ଶ୍ରମିକ ଓ ବସ୍ତି ଅଞ୍ଚଳ ମାନଙ୍କରେ ବିକ୍ରି କରାଯାଇଥାଏ । ସିଡେଟିଭ୍ ଓ ହିପ୍ନୋଟିକ୍ ଜାତୀୟ ଔଷଧ ନିଶା ପାଇଁ ବ୍ୟବହାର କରାଯାଇଥାଏ । ଅଧିକାଂଶ ଔଷଧ ଦୋକାନରେ ଏହା ବିକ୍ରି ହେଉଥିବା ଅଭିଯୋଗ ହେଉଛି । ବିନା ଡାକ୍ତରୀ ପ୍ରେସକ୍ରିପସନରେ ଔଷଧ ଦୋକାନୀମାନେ ଅଧିକ ଲାଭ ପାଇଁ ବିକ୍ରି କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଏହି ଔଷଧ ବିକ୍ରି ଉପରେ କୌଣସି ଅଂକୁଶ ନ ଥିବାରୁ ରାଜଧାନୀରେ ନିଶା କାରବାର ବଢୁଛି । ')}

Leave a Reply