ଦେଢ କୋଟିରୁ ଅଧିକ PPE,ଲକ୍ଷାଧିକ ମାସ୍କ,କରୋନା ବିରୋଧରେ ଲମ୍ବା ଲଢେଇ ପାଇଁ ଭାରତ ହେଉଛି ଏମିତି ପ୍ରସ୍ତୁତ

1 min read

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ମହାମାରୀ ବିରୋଧରେ ଲଢେଇ ଦୀର୍ଘଦିନର ବୋଲି କହିବା ସହ ଏହି ଲଢେଇରେ ଥକି ନଯାଇ ଜିତିବାକୁ ପଡ଼ିବ ବୋଲି କହିଛନ୍ତି। ଏହି ଯୁଦ୍ଧରେ ଜିତିବା ପାଇଁ ଦେଶବାସୀଙ୍କ ସତର୍କତା ସହିତ ସରକାରଙ୍କ ପ୍ରସ୍ତୁତି ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲକଡାଉନକୁ ଜନତା ଯେଉଁଭଳି ସମର୍ଥନ କରୁଛନ୍ତି  ମୋଦୀ ତାହାକୁ ପ୍ରଶଂସା କରିଛନ୍ତି । ଏଥି ସହିତ ସରକାରୀ ସ୍ତରରେ ମଧ୍ୟ ପ୍ରମୁଖ ପ୍ରସ୍ତୁତି ଚାଲିଛି । କରୋନାକୁ ପରାସ୍ତ କରିବାକୁ ସବୁଠାରୁ ବଡ ଯୋଦ୍ଧା ହେଉଛନ୍ତି ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀ । ସେମାନଙ୍କର ସୁରକ୍ଷା ପାଇଁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବ୍ୟକ୍ତିଗତ ସୁରକ୍ଷା ଉପକରଣ ଅର୍ଥାତ୍ PPE ଏବଂ N95 ମାସ୍କ । ଏହି ଅତ୍ୟାବଶ୍ୟକ ଜିନିଷଗୁଡ଼ିକର ଯୋଗାଣ ଦିନକୁ ଦିନ ବୃଦ୍ଧି ପାଉଛି ଏବଂ ଭବିଷ୍ୟତ ପାଇଁ ମଧ୍ୟ ଏହାର ଯୋଗାଣ ସୁନିଶ୍ଚିତ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ 112.76 ଲକ୍ଷ N95 ମାସ୍କ ଏବଂ 157.32 ଲକ୍ଷ PPE କିଟ୍ ପାଇଁ ଅର୍ଡର ରଖାଯାଇଛି । ଏଥିମଧ୍ୟରୁ 80 ଲକ୍ଷ PPE କିଟ୍ ସହିତ ମାସ୍କ ମଧ୍ୟ ପୃଥକ ଭାବରେ ରଖାଯାଇଛି । ସେହିପରି ଭାବେ ମାସ୍କ ସଂଖ୍ୟା ମଧ୍ୟ ଆହୁରି ବୃଦ୍ଧି ପାଇବ  । ସରକାର ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟାପ୍ତ ସଂଖ୍ୟକ କିଟ୍ ଏବଂ ମାସ୍କ ଉପଲବ୍ଧ ଅଛି । ଏବଂ ପ୍ରତି ସପ୍ତାହରେ 10 ଲକ୍ଷ PPE କିଟ୍ ଯୋଗାଇବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି ।

ଚୀନରୁ  ଆସିଲା PPE କିଟ୍

ମେଡିକାଲ କିଟ୍ ଯୋଗାଣ ପାଇଁ ସରକାର ନିଜ ଦେଶରେ ଯନ୍ତ୍ରପାତି ପ୍ରସ୍ତୁତ କରୁଥିବାବେଳେ ବିଦେଶରେ ଆମଦାନୀ ମଧ୍ୟ କରାଯାଉଛି। ପ୍ରଥମ ସାମଗ୍ରୀ  ଚୀନରୁ ଆସିଛି । ଏପ୍ରିଲ 6 ରେ, ସରକାର ଚୀନରୁ 1.70 ଲକ୍ଷ PPE ର ଏକ ସାମଗ୍ରୀ ଗ୍ରହଣ କରିଛନ୍ତି  । ଅନ୍ୟପକ୍ଷରେ 20 ହଜାର PPE କିଟ୍ ଭାରତରେ ପ୍ରସ୍ତୁତ ହୋଇସାରିଛି । ତେବେ 1.90 PPE କିଟ୍ ବର୍ତ୍ତମାନ ପ୍ରସ୍ତୁତ ହୋଇଛି, ଯାହା  ବିଭିନ୍ନ ଚିକିତ୍ସାଳୟରେ ବଣ୍ଟା ଯାଇପାରିବ । ଏହି କିଟ୍ ବ୍ୟତୀତ ଦେଶରେ 3,87,473 PPE କିଟ୍ ଅଛି | ଏହିଭଳି ବର୍ତ୍ତମାନ ଦେଶରେ ମୋଟ 5,77,473 PPE କିଟ୍ ଉପଲବ୍ଧ ଅଛି । ଚାଇନାରୁ 60 ଲକ୍ଷ PPE କିଟ୍ ପାଇଁ ଆଉ ଏକ ଡିଲ୍ ମଧ୍ୟ ଫାଇନାଲ ହୋଇଛି ।

ଏପ୍ରିଲ 11ରୁ ସିଙ୍ଗାପୁରରୁ ଆସିବ ପିପିଇ

ସରକାର ଚୀନ୍ ଠାରୁ PPE କିଟ୍ ଗ୍ରହଣ କରିଥିବାବେଳେ ସିଙ୍ଗାପୁରକୁ 80ଲକ୍ଷ PPE କିଟ୍ ( ଏବଂ ମାସ୍କ) ଅର୍ଡର ଦିଆଯାଇଛି ।ଏପ୍ରିଲ 11 ରୁ କିଟ୍ ଆସିବା ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ପ୍ରଥମ ପର୍ଯ୍ୟାୟରେ 2 ଲକ୍ଷ କିଟ୍ ଆସିବ ଏବଂ ପରବର୍ତ୍ତି ସପ୍ତାହ ମଧ୍ୟରେ 8 ଲକ୍ଷ କିଟ୍ ଆସିବ ।

ଭାରତରେ ପ୍ରତିଦିନ 80 ହଜାର ମାସ୍କର ଲକ୍ଷ୍ୟ

ଭାରତରେ ଉତ୍ତର ରେଳବାଇ ଦ୍ୱାରା PPE କିଟ୍ ବର୍ତ୍ତମାନ ପ୍ରସ୍ତୁତ ହେଉଛି ।  DRDO ମଧ୍ୟ ମାସ୍କ ଏବଂ କିଟ୍ ତିଆରି କରୁଛି । ବର୍ତ୍ତମାନ ଭାରତରେ ଉତ୍ପାଦନ ବୃଦ୍ଧି କରାଯାଉଛି । ସରକାରଙ୍କ କହିବା ଅନୁସାରେ ପ୍ରତିଦିନ 80 ହଜାର ମାସ୍କ ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଛି ।

କରୋନା ସହ ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ କ’ଣ ହୋଇଛି ?

ଏପର୍ଯ୍ୟନ୍ତ କେନ୍ଦ୍ର ସରକାର 20 ଲକ୍ଷରୁ ଅଧିକ N95 ମାସ୍କ ପ୍ରଦାନ କରିଛନ୍ତି। ଏଥିମଧ୍ୟରୁ ଡାକ୍ତରଖାନା ବ୍ୟତୀତ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ 16 ଲକ୍ଷ ମାସ୍କ ଉପଲବ୍ଧ କରାଯାଇଛି । ଅର୍ଥାତ୍ ଏହି ମାସ୍କଗୁଡ଼ିକ ଫ୍ରଣ୍ଟଲାଇନରେ କରୋନା ମୁକାବିଲା କରୁଥିବା ଲୋକଙ୍କ ନିକଟରେ ପହଞ୍ଚିଛି । ପାଖାପାଖି 6 ଲକ୍ଷ PPE କିଟ୍ ମଧ୍ୟ ଯୋଗାଇ ଦିଆଯାଇଛି ।

କରୋନା ସଂକ୍ରମଣ ଉପରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ, ଯଥା ଆଇସିଏମଆର ଅନୁଯାୟୀ, ଏପ୍ରିଲ 6 ତାରିଖ ରାତି 9 ଟା ପର୍ଯ୍ୟନ୍ତ ସାରା ଦେଶରେ 1,01,068 ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ 4135 ଜଣଙ୍କର ନମୁନା କରୋନା ପଜିଟିଭ୍ ବୋଲି ଜଣାପଡିଛି | 6 ଏପ୍ରିଲରେ ରାତି 9 ଟା ସୁଦ୍ଧା ଗୋଟିଏ ଦିନ ମଧ୍ୟରେ 11,432 ନମୁନା ପରୀକ୍ଷା କରାଯାଇଥିଲା, ସେଥିମଧ୍ୟରୁ 311 ଟି ପଜେଟିଭ୍ ମିଳିଥିଲା  ।

Leave a Reply