ଅନ୍ଧାରରେ ୟୁକ୍ରେନରେ MBBS ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

1 min read
Medical Students In Ukraine Pursuing MBBS Fear Career Loss Check NMC Guidelines

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଘମାଘୋଟ ଲଢ଼େଇ ମଧ୍ୟରେ ୟୁକ୍ରେନ୍ ଛାଡ଼ୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ । ମଙ୍ଗଳବାର ଖାର୍କିଭରେ ଋଷ ସେନାର ବୋମାମାଡ଼ରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ଯାହା ପରେ ଭାରତ ସରକାର ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ସୂଚନା ଅନୁସାରେ, ୟୁକ୍ରେନରେ ମେଡିକାଲ ପାଠ ପଢ଼ୁଥିବା ପ୍ରାୟ ୧୮ ହଜାର ଭାରତୀୟ ଛାତ୍ରଛାତ୍ରୀ ଏବେ ଦେଶକୁ ଫେରୁଛନ୍ତି । ଯୁଦ୍ଧ ଭୂଇଁରୁ ଫେରୁଥିବା ଛାତ୍ରଛାତ୍ରୀଙ୍କ ଆଗରେ ଆଉ ଏକ ସମସ୍ୟା ଉଭା ହୋଇଛି । ମେଡିକାଲ ପାଠପଢ଼ାକୁ ଅଧାରେ ଛାଡ଼ି ଆସୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ ।

Medical Students In Ukraine Pursuing MBBS Fear Career Loss Check NMC Guidelines

କଣ ଭାରତରେ ସାରି ପାରିବେ ପାଠ୍ୟକ୍ରମ ?

ଫରେନ୍ ମେଡିକାଲ୍ ଗ୍ରାଜୁଏଟଙ୍କ ଲାଗି ନ୍ୟାସନାଲ ମେଡିକାଲ୍ କମିଶନ୍ ୨୦୨୧ ଗାଇଡଲାଇନ୍ ଅନୁସାରେ, ଏମବିବିଏସ୍ ପଢ଼ୁଥିବା ଛାତ୍ରଛାତ୍ରୀ କୌଣସି ବିଦେଶ ବିଶ୍ୱବିଦ୍ୟାଳୟରୁ ଭାରତର କୌଣସି ବିଦ୍ୟାଳୟକୁ ସାର୍ଟିଫିକେଟ୍ ଟ୍ରାନ୍ସଫର କରିପାରିବେ ନାହିଁ । କାରଣ ବିଦେଶ ଓ ଭାରତରେ ଆଡମିଶନ୍ ନିୟମାବଳୀ ଓ ଚୟନ ମାନଦଣ୍ଡ ଭିନ୍ନ । ବିଦେଶରେ ଡାକ୍ତରୀ ପଢ଼ୁଥିବା ଛାତ୍ରଛାତ୍ରୀ ନିଜ ପାଠ୍ୟକ୍ରମ ଶେଷ ପରେ ଇଣ୍ଟର୍ଣ୍ଣସିପ୍ ସାରି ଅଭ୍ୟାସ ପାଇଁ ଭାରତ ଫେରି ପାରିବେ ।

ବେକାର ଯିବ ଡିଗ୍ରୀ !

ଗାଇଡଲାଇନ୍ ଅନୁସାରେ, ବିଦେଶରେ ପଢ଼ୁଥିବା ଛାତ୍ରଛାତ୍ରୀ ପାଠ୍ୟକ୍ରମ ଶେଷ ପରେ ପଢ଼ୁଥିବା ସଂସ୍ଥାରେ ୧୨ ମାସର ଇଣ୍ଟର୍ଣ୍ଣସିପ୍ କରିବେ । ଏହା ପରେ ଭାରତ ଆସି ଏଠାରେ ମଧ୍ୟ ୧୨ ମାସର ଇଣ୍ଟର୍ଣ୍ଣସିପ୍ ସାରିବେ । ୟୁକ୍ରେନରେ ଏମବିବିଏସ୍ ପାଠ୍ୟକ୍ରମ ଅବଧି ୬ ବର୍ଷ ଅଟେ । ଯାହାପରେ ୨ ବର୍ଷ ଇଣ୍ଟର୍ଣ୍ଣସିପ୍ କରିବାକୁ ପଡ଼େ । ଯେଉଁଥିରେ ପ୍ରାୟ ୮ ବର୍ଷ ପଳାଏ । ୨୦୨୧ ଏଫଏମଡି ଗାଇଡଲାଇନ୍ ଅନୁସାରେ, ଏମବିବିଏସ୍ ପଢ଼ୁଥିବା କୌଣସି ଛାତ୍ରଛାତ୍ରୀ ପାଠ୍ୟକ୍ରମ ଆରମ୍ଭର ୧୦ ବର୍ଷ ମଧ୍ୟରେ ମେଡିକାଲ୍ ପ୍ରାକ୍ଟିସ୍ ଲାଗି ଆବେଦନ କରିବେ ।

Medical Students In Ukraine Pursuing MBBS Fear Career Loss Check NMC Guidelines

ଛାତ୍ରଙ୍କ ହାତରେ ୨ ବର୍ଷର ସମୟ ରହୁଥିବାରୁ ଭାରତରେ ମେଡିକାଲ ପ୍ରାକ୍ଟିସ୍ ଲାଗି ଆବେଦନ କରିପାରିବେ । ତେବେ ଏବେ ୟୁକ୍ରେନରୁ ଫେରୁଥିବା ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ସରିଛି କି ନାହିଁ ଜଣାନାହିଁ । ଏପରିକି କୋର୍ସ କେବେ ସରିବ ତାହା ମଧ୍ୟ ଅନିଶ୍ଚିତତା ଘେରରେ । ଯଦି ଏମବିବିଏସ୍ ନାମଲେଖା ପରେ ପାଠ୍ୟକ୍ରମ ଓ ଇଣ୍ଟର୍ଣ୍ଣସିପ୍ ସାରିବାରେ ୧୦ ବର୍ଷରୁ ଅଧିକ ସମୟ ଲାଗିବ ତ ଏମବିବିଏସ୍ ଡିଗ୍ରୀ ବେକାର ହୋଇଯିବ ।

ବିକଳ୍ପ କଣ ?

ଭାରତୀୟ ବିଶ୍ୱବିଦ୍ୟାଳୟରେ ବିଦେଶରେ ମେଡିକାଲ୍ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ନେଇ କୌଣସି ନିୟମ ଏବେ ନାହିଁ । ତେବେ ବର୍ତ୍ତମାନ ସ୍ଥିତିକୁ ଦେଖି ସରକାର ଲାଟେରାଲ ଏଣ୍ଟ୍ରି ଭଳି କିଛି ନିୟମ ଚାହିଁଲେ ଆଣିପାରିବେ ।

Leave a Reply