କ୍ରିକେଟ୍ ମ୍ୟାଚ୍ ଅଧାରେ ବଦଳି ଯାଏ ‘ପିଚ୍’, କିଏ ନିଏ ନିଷ୍ପତ୍ତି ?

MCC Laws Of Cricket 6th Rule Of The Pitch

ନୂଆଦିଲ୍ଲୀ: କ୍ରିକେଟ୍ ଖେଳ ବିଶେଷ କରି ଟେଷ୍ଟ କ୍ରିକେଟରେ ପିଚର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ଯଦି ‘ପିଚ୍’ରେ ଘାସ ଛାଡ଼ି ଦିଆଯାଏ ତ ବୋଲରଙ୍କୁ ସହଜ ହୋଇଯାଏ । ଏଭଳି ସ୍ଥିତିରେ ବ୍ୟାଟ୍ସମ୍ୟାନଙ୍କୁ ରନ୍ ସଂଗ୍ରହ କରିବା କଠିନ ହୋଇଯାଏ । ସାଧାରଣତଃ ସୀମିତ ଓଭର କ୍ରିକେଟରେ ‘ପିଚ୍’ ବେଶ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ସୀମିତ ଓଭର୍ ମ୍ୟାଚରେ ଭଲ୍ ସ୍କୋର ହୋଇଥାଏ ।

MCC Laws Of Cricket 6th Rule Of The Pitch

କ୍ରିକେଟକୁ ନେଇ ମେରିଲବୋନ୍ କ୍ରିକେଟ୍ କ୍ଲବ ଅନେକ ନିୟମ ତିଆରି କରିଛି । ଯେଉଁଥିରେ କ୍ରିକେଟ ଖେଳ ସହ ଜଡ଼ିତ ସବୁ ନିୟମ ରହିଛି । ଯାହାଦ୍ୱାରା ଖେଳ ବେଳେ କୌଣସି ଅସୁବିଧା ହେବ ନାହିଁ । ଏମସିସି ନିୟମ ମଧ୍ୟରେ ‘ପିଚ୍’କୁ ନେଇ ନିୟମ ରହିଛି । ଆସନ୍ତୁ ଜାଣିବା ‘ପିଚ୍’କୁ ନେଇ ରହିଥିବା ୬ ନିୟମ ।

‘ପିଚ’ କ୍ଷେତ୍ର

ଗ୍ରାଉଣ୍ଡରେ ଏକ ଆୟତକାର କ୍ଷେତ୍ରକୁ ‘ପିଚ୍’ କୁହାଯାଏ । ଯାହାର ଲମ୍ବ ୨୦.୧୨ ମିଟର ଓ ଚଉଡ଼ା ୧୦ ଫୁଟ୍ ଅଥବା ୩.୦୫ ମିଟର । ପିଛର ଉଭୟ ପାର୍ଶ୍ୱରେ ୱିକେଟକୁ ନେଇ ଆନୁମାନିକ ଗାର ଟଣା ଯାଇଥାଏ । ଏବଂ ଏହା ମିଡିଲ୍ ଷ୍ଟମ୍ପ ଠାରୁ ୫ ଫୁଟ୍ ଅଥବା ୧.୫୨ ମିଟର ଦୂରରେ ରହିଥାଏ ।

MCC Laws Of Cricket 6th Rule Of The Pitch

ଖେଳ ପାଇଁ ଉପଯୋଗୀ

ଖେଳ ପାଇଁ ‘ପିଚ୍’ କେତେ ମାତ୍ରା ଉପଯୋଗୀ । ଏହାକୁ ଅମ୍ପାୟର ନିର୍ଣ୍ଣୟ କରିଥାନ୍ତି ।

ଚିହ୍ନଟ ଓ ପ୍ରସ୍ତୁତି

ମ୍ୟାଚ ପୂର୍ବରୁ ‘ପିଚ୍’ ଚିହ୍ନଟ ଓ ପ୍ରସ୍ତୁତି ପାଇଁ ଷ୍ଟାଡିୟମ୍ କର୍ତ୍ତୃପକ୍ଷଙ୍କ ପାଖରେ କ୍ଷମତା ରହିଛି । ମ୍ୟାଚ୍ ବେଳେ ଅମ୍ପାୟର ‘ପିଚ୍’ର ଉପଯୋଗ ସହ ନିୟନ୍ତ୍ରଣ କରିଥାନ୍ତି ।

‘ପିଚ୍’ ପରିବର୍ତ୍ତନ

ମ୍ୟାଚ୍ ବେଳେ ‘ପିଚ୍’ ପରିବର୍ତ୍ତନ ଅମ୍ପାୟରଙ୍କ ଉପରେ ନିର୍ଭର କରେ । ଯେତେବେଳେ ଯାଏ ‘ପିଚ୍’ରେ ଖେଳିବା ବିପଦଜ୍ଜନକ ଅଥବା ଅନୁଚିତ୍ ବୋଲି ଅମ୍ପାୟର ନିଷ୍ପତ୍ତି ନ ନିଅନ୍ତି ତ ‘ପିଚ୍’ ବଦଳା ଯାଇପାରିବ ନାହିଁ । ଅମ୍ପାୟରଙ୍କ ନିଷ୍ପତ୍ତି ପରେ ହିଁ ଦୁଇ ଅଧିନାୟକଙ୍କ ସହମତିରେ ‘ପିଚ୍’ ପରିବର୍ତ୍ତନ ହୋଇପାରିବ ।

MCC Laws Of Cricket 6th Rule Of The Pitch

ନନ୍ ଟର୍ଫ ‘ପିଚ୍’

ନନ୍ ଟର୍ଫ ‘ପିଚ୍’ ଉପଯୋଗ ବେଳେ ଲମ୍ବା ୫୮ ଫୁଟ୍ ଅଥବା ୧୭.୬୮ ବର୍ଗ ମିଟର ଏବଂ ଚଉଡ଼ା ୬ ଫୁଟ୍ ଅଥବା ୧.୮୩ ମିଟର ରହିବା ଆବଶ୍ୟକ ।