କୁସ୍ତି ମହାସଂଘର ଦୈନନ୍ଦିନ କାର୍ଯ୍ୟର ସମୀକ୍ଷା କରିବ ମାରି କମଙ୍କ ନେତୃତ୍ବାଧୀନ କମିଟି

1 min read

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ମହାସଙ୍ଘ ଆନ୍ଦୋଳନ ପ୍ରସଙ୍ଗ । ଭାରତୀୟ କୁସ୍ତି ମହାସଂଘର ଦୈନନ୍ଦିନ କାର୍ଯ୍ୟର ସମୀକ୍ଷା କରିବ ମାରି କମ୍ ନେତୃତ୍ବାଧୀନ କମିଟି । WFI ସଭାପତି ବ୍ରିଜ ଭୂଷଣ ଶରନ ସିଂଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାର ତଦନ୍ତ କରୁଥିବା 7 ଜଣିଆ କମିଟିରେ ମାରି କମଙ୍କ ସମେତ ରହିଛନ୍ତି ଯୋଗେଶ୍ବର ଦତ୍ତ ।

କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଗଠିତ କମିଟିରେ ଅନ୍ୟମାନଙ୍କ ମଧ୍ୟରେ କମିଟିରେ ସ୍ଥାନ ପାଇଥିଲେ ତଲିସ ରାୟ, ଶ୍ଳୋକ ଚନ୍ଦ୍ରା ଓ ଅଳକାନନ୍ଦ ଅଶୋକ । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି- ଆସନ୍ତା ଏକ ମାସ ମଧ୍ୟରେ ଯୌନ ନିର୍ଯାତନା ସମେତ ଅନ୍ୟାନ୍ୟ ଅଭିଯୋଗର ତଦନ୍ତ ଏହି କମିଟି କରିବ । ତଦନ୍ତ ବେଳେ କମିଟି ବିଭିନ୍ନ ପକ୍ଷ ସହ ଆଲୋଚନା କରିବା ପରେ ରିପୋର୍ଟ ଦେବ । ସେହି ସମୟ ଯାଏ ସଂଘର ଦୈନନ୍ଦିନ କାର୍ଯ୍ୟକଳାପ ପ୍ରସଙ୍ଗରେ କମିଟି ନିଷ୍ପତ୍ତି ନେବ ।