ଡାକ୍ତରୀ ଛାତ୍ର ମୃତ୍ୟୁ ମାମଲା: ହ୍ୱାଟସଅପ ଚାଟିଂ ପରେ ରାଗିଂଙ୍କୁ ନେଇ ପ୍ରଶ୍ନ..

1 min read

ବଲାଙ୍ଗୀର: ସନ୍ଦେହ ଘେରରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରୀ ଛାତ୍ର ନିଶାନ୍ତଙ୍କ ମୃତ୍ୟୁ ଘଟଣା । ହ୍ୱାଟସଅପ ଚାଟିଂ ସାମ୍ନକୁ ଆସିବା ପରେ ଏବେ ରାଗିଂଙ୍କୁ ନେଇ ଉଠିଛି ପ୍ରଶ୍ନ । ରାଗିଂକୁ ନେଇ ହିଁ ଡାକ୍ତରୀ ଛାତ୍ର ଜୀବନ ହାରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି  । ଏବଂ ଏହା ମଧ୍ୟ ସ୍ପଷ୍ଟ ହେବାକୁ ଯାଉଛି  । ତେବେ କିଭଳି ରାଗିଂର ଶିକାର ହୋଇଛନ୍ତି ନିଶାନ୍ତ ? କିଏ କରିଛି ରାଗିଂ ? ତାହାର କାରଣ ଖୋଜା ଚାଲିଛି  ।

ଯଦି ରାଗିଂ ହୋଇଛି ତାହେଲେ ଆଣ୍ଟିରାଗିଂ ସ୍କ୍ୱାର୍ଡର କାମ କଣ ଥିଲା ? କଣ କରିଥିଲା ସ୍କ୍ୱାର୍ଡ? ଗୁଡାଏ ପ୍ରଶ୍ନର ଉତ୍ତର ମାଗିଛନ୍ତି ବଲାଙ୍ଗୀରର ସ୍ଵେଚ୍ଛାସେବୀ ସଂଗଠନ ବଲାଙ୍ଗୀର ଏକ୍ସନ କମିଟି  । ଘଟଣା ଉପରୁ ପରଦା ଉଠାଇବା ପାଇଁ ଦାବି କରାଯାଇଛି । କଲେଜ ମାନଙ୍କରେ ଏହି ଆଣ୍ଟି ସ୍ୱାର୍ଡ କମିଟି କଣ କରୁଛି ଏବଂ ରାଗିଂ କିଏ କରୁଛି  । ଯାହା ଫଳରେ ସାଧାରଣ ଛାତ୍ରଛାତ୍ରୀ ଜୀବନ ହାରୁଛନ୍ତି  । ତାହା ବର୍ତ୍ତମାନ ବଡ଼ ପ୍ରଶ୍ନ  ।  ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ନିଶାନ୍ତଙ୍କ ମୃତ୍ୟୁ ଖବର ଜାଣିବା ପରେ ଭୀମଭୋଇ ମେଡିକାଲ କଲେଜରେ ପହଞ୍ଚିଲେ ବାପା-ମା ଓ ସଂପର୍କୀୟ । ବାପା ଡାକ୍ତର କ୍ରୀଷ୍ଣା କୁମାର ଓ ମା’ ସନ୍ତୋଷ ପହଞ୍ଚିବା ପରେ ଆଣିଥିଲେ ସଙ୍ଗୀନ ଅଭିଯୋଗ । ରାଗିଂ କରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ସେପଟେ ସାଇଣ୍ଟିଫିକ ଟିମ୍‌ର ଯାଞ୍ଚ ଜାରି ରହିଛି । ଛାତ୍ର ରହୁଥିବା ୩୧୨ ନମ୍ବର ରୁମ୍ ସହ ବିଭିନ୍ନ ସ୍ଥାନରେ ଛାନବିନ୍ ହୋଇଥିଲା । କେମିତି ଛାତରୁ ପଡ଼ିଲେ ମେଡିକାଲ କଲେଜ ଛାତ୍ର ନିଶାନ୍ତ କୁମାର । ତାହାର ଅନୁସନ୍ଧାନ ଜାରି ରଖିଥିଲା ସାଇଣ୍ଟଫିକ୍ ଟିମ୍  ।

ମିଳିଥିବା ସୂଚନା ମୁତାବକ ଏପ୍ରିଲ ୨୨ ତାରିଖରେ ହଷ୍ଟେଲ ଛାତରୁ ଖସି ନିଶାନ୍ତଙ୍କ ମୃତ୍ୟୁ ଘଟିଥିଲା  । ଏନେଇ ଏକ ଅଭିଯୋଗ ସ୍ଥାନୀୟ ଥାନାରେ ଦିଆଯାଇଥିଲା  । ନିଶାନ୍ତଙ୍କ ଘର ହରିୟାଣାରେ ହୋଇଥିବା ବେଳେ, ୧୦ ଦିନ ପୂର୍ବରୁ ହଷ୍ଟେଲକୁ ଆସିଥିଲେ । ମୃତଦେହ ପାଖରେ ରୁମ୍ ଚାବି ଓ ମୋବାଇଲ ପଡିଥିବା ଦେଖିବାକୁ ମିଳିଥିଲା । ନିଶାନ୍ତ କେମତି ଛାତରୁ ପଡ଼ିଲେ?  ନା କିଏ ତାଙ୍କୁ ଛାତରୁ ଠେଲି ଦେଲା? ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ପୂରା ଚିତ୍ର ସ୍ପଷ୍ଟ ହେବ ।