ମୟୂରଭଞ୍ଜରେ ବିଜେପି ଓ ଜେଏମଏମ୍‌ କର୍ମୀଙ୍କ ବିଶୃଙ୍ଖଳା ଆଚରଣ: ୨ ଜଣ ଗିରଫ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ଦୁଇ ଗୋଷ୍ଠୀମଧ୍ୟରେ ଗଣ୍ଡଗୋଳକୁ ନେଇ ଗିରଫ ହେଲେ ଦୁଇ ଯୁବକ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାରିପଦା ଗସ୍ତରେ ଯାଇଥିଲେ । ଏହି ଜନକଲ୍ୟାଣ କାର୍ଯ୍ୟକ୍ରମ ସାରି ଫେରିବା ବେଳକୁ ବିଜେପି ଓ ଜେଏମ୍‌ଏମ୍‌ କର୍ମୀମାନେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । ପୋଲିସ୍ ଆକଟ କରିବାରୁ ଉତ୍ତ୍ୟକ୍ତ ଯୁବକମାନେ ସଂଘବଦ୍ଧ ଭାବେ ପୋଲିସକୁ ମଧ୍ୟ ଆକ୍ରମଣ କରିଥିଲେ । ଏପରିକି ଏହାକୁ ଅଟକାଇବାକୁ ଯାଇ ବିଜେଡି କର୍ମୀଙ୍କୁ ମଧ୍ୟ ଲହୁଲୁହାଣ ହେବାକୁ ପଡିଥିଲା ।

ଏହି ଘଟଣା ପରେ ନିଜ ଦୋଷ ଲୁଚାଇବାକୁ ଉଭୟ ବିଜେପି ଓ ଜେଏମଏମର ନେତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେପଟେ ଏନେଇ ବାରିପଦା ଟାଉନ୍ ଥାନାରେ ୪ଟି ଏତଲା ପହଞ୍ଚିଛି । ଆକ୍ରମଣର ଶିକାର ହୋଇଥିବା ପୋଲିସ ଏଏସଆଇ ଥାନାରେ ଏତଲା ଦେଇଥିବା ବେଳେ ବିଜେଡି, ବିଜେପି ଓ ଜେଏମଏମର କର୍ମୀ ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି । ଏତଲାରେ ମୋଟ ୨୫ଜଣ ନାଁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ଜଣଙ୍କୁ ଗିରଫ କରାଯାଇଛି । ବାରିପଦା ଏସଡିପିଓ କହିଛନ୍ତି, ଭିଡିଓ ଫୁଟେଜକୁ ଆଧାର କରି ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ।

Leave a Reply