ମୟୁରଭଞ୍ଜ ପକ୍ସୋ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ନାବାଳିକା ବଳାତ୍କାରୀକୁ ୨୦ବର୍ଷ ଜେଲ ଦଣ୍ଡାଦେଶ

1 min read

ମୟୂରଭଞ୍ଜ: ନାବାଳିକା ବଳାତ୍କାରୀକୁ ୨୦ ବର୍ଷ ଜେଲଦଣ୍ଡାଦେଶ । ମୟୂରଭଞ୍ଜ ଜିଲ୍ଲା ଦୌରାଜଜ ତଥା ପୋକ୍ସୋ କୋର୍ଟର ଅଧ୍ୟକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅପରପକ୍ଷରେ ପିଡିତାଙ୍କୁ ଥଇଥାନ ପାଇଁ ଜିଲ୍ଲା ଆଇନ ସହାୟତା ସଂସ୍ଥାକୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନାବାଳିକା ପ୍ରତି ବଳାତ୍କାର କରିଥିବା ଅଭିଯୁକ୍ତ ଅନ୍ୟ କେହି ନୁହେଁ ବରଂ ପୀଡ଼ିତାଙ୍କ ଖୋଦ ଜେଜେ ବାପା । ଗତ ୨୦-୦୩-୨୧ ମସିହାରେ ପୀଡ଼ିତାଙ୍କ ବାପା ମା’ ଘରୁ ବାହାରକୁ ଯାଇଥିବା ସମୟରେ କାମୁକ ଜେଜେବାପା ନିଜର ୧୨ ବର୍ଷ ବୟସର ନାତୁଣୀ ପ୍ରତି ଅସଦାଚରଣ କରିଥିବା ଝାରପୋଖରିଆ ଥାନାରେ ମାମଲା ରୁଜୁ ହୋଇଥିଲା । ଝାରପୋଖରିଆ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।