spot_img

Latest Posts

‘କୋଭିଡ ହସ୍ପିଟାଲରେ ରୋଗୀ ଚିକିତ୍ସାରେ ଅବହେଳା ଅଭିଯୋଗ ସମ୍ପୂର୍ଣ୍ଣ ମନଗଢ଼ା’

ମୟୂରଭଞ୍ଜ: ବାଙ୍କିଶୋଳ କୋଭିଡ୍‌ ହସ୍ପିଟାଲରେ ରୋଗୀ ସେବାରେ ଅବହେଳା ଅଭିଯୋଗ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ଭିଡିଓ ଭାଇରାଲ୍ ହେବା ପରେ ଜିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀ ହସପିଟାଲରେ ପହଞ୍ଚି ରୋଗୀଙ୍କ ସହ ଆଲୋଚନା କରିଥିଲେ। ଚିକିତ୍ସା ପ୍ରୋଟୋକଲ୍, ରୋଗୀଙ୍କୁ ଅମ୍ଳଜାନ ଯୋଗାଣ, ଖାଦ୍ୟ ବ୍ୟବସ୍ଥା ଉପରେ ସମୀକ୍ଷା କରିଥିଲେ। ଏହାସହ ସ୍ବଚ୍ଛତା ଏବଂ ହେଲ୍ପ ଡେସ୍କର କାର୍ଯ୍ୟକାରିତା ତଦାରଖ କରାଯାଇଥିଲା । ରୋଗୀସେବାରେ ଅବହେଳା ଅଭିଯୋଗ ସମ୍ପୂର୍ଣ୍ଣ ମନଗଢ଼ା ଏବଂ ମିଛ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସ୍ନାୟୁରୋଗରେ ପୀଡ଼ିତ ଜଣେ ରୋଗୀଙ୍କ ଆଲକହଲ ଓ୍ବିଥଡ୍ରୟାଲ ସିମ୍ପଟମ୍ ଥିଲା । ତାଙ୍କୁ ଅନେକ ଥର ଡାକ୍ତରଖାନା କର୍ମଚାରୀମାନେ ତାଙ୍କ ଶଯ୍ୟାକୁ ନେବା ସହ ଉପଯୁକ୍ତ ଯତ୍ନ ନେଉଛନ୍ତି । ସୂଚନା ଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ କୋଭିଡ ହସ୍ପିଟାଲରେ  ରୋଗୀଙ୍କ ଚିକିତ୍ସାରେ ଅବହେଳ କରୁଥିବା ନେଇ ସୋସିଆଲ ମିଡିଆରେ ଅଭିଯୋଗ ହୋଇଥିଲା । ମେଡିକାଲ ଚଟାଣରେ କିଛି ରୋଗୀ ପଡ଼ିଥିବା ଦେଖିବାକୁ ମିଳିଥିଲା । ଆଉ ଖବର ସମ୍ପର୍କରେ ଅବଗତ ହେବା ପରେ ହସ୍ପିଟାଲ ପରିସରକୁ ଯାଇ ଜିଲ୍ଲା ପ୍ରଶାସନ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ ।

https://twitter.com/tankadharbjp/status/1399400397626757125

Latest Posts

Don't Miss