spot_img

Latest Posts

ମୟୂରଭଞ୍ଜ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ସାରକଣାଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ଓଡ଼ିଶାର ଅଧିବାସୀ ଏବଂ ଆଉ ଜଣେ ହେଉଛନ୍ତି ଝାଡଖଣ୍ଡ ଅଧିବାସୀ । ମୃତକଙ୍କ ପରିବାର ଲୋକଙ୍କୁ  ଗଭୀର ସମବେଦନା ଜଣାଇବା ସହ ମୃତ୍ୟୁବରଣ କରିଥିବା ୪ ଜଣ ଓଡ଼ିଶା ଅଧିବାସୀଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ସୂଚନା ଯୋଗ୍ୟ ଯେ,  ମୟୂରଭଞ୍ଜ ଜିଲ୍ଲା ବାରିପଦା-ଅମର୍ଦା ରାଜ୍ୟ ରାଜପଥର ଶୀର୍ଷାପାଳ ଛକରେ ଗୁରୁବାର ପୂର୍ବାହ୍ନରେ ସିରିଜ ଦୁର୍ଘଟଣା ଘଟିଥିବା ବେଳେ ଗୋଟିଏ ଟ୍ରକ ଧକ୍କାରେ ତିନିଟି ଅଟୋ (ଦୁଇଟି ଯାତ୍ରୀବାହୀ ଏବଂ ଅନ୍ୟଟି ଡାଲା ଅଟୋ)କୁ ସିରିଜ ଧକ୍କା ଦେବାରୁ ଘଟଣାସ୍ଥଳରେ ଅଟୋଗୁଡିକ ଭାଙ୍ଗିରୁଜି ଯିବା ସହିତ ଚାରିଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ନିୟମିତ ଦୁର୍ଘଟଣା ଘଟୁଥିବାରୁ ତିନିଦଫା ଦାବିରେ ଉତ୍ୟକ୍ତ ଅଞ୍ଚଳବାସୀ ଶୀର୍ଷାପାଳ ଛକରେ ରାସ୍ତା ଅବରୋଧ କରିବା ସହିତ ଧାରଣାରେ ବସିଥିଲେ।

ଏଥିସହିତ ପଢ଼ନ୍ତୁ: ବାଇ ଲ’ ପ୍ରତ୍ୟାହାର ଦାବି କଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା: ଭୁଆଁ ନବୁଲାଇବାକୁ ବିଜେପି ନେତାଙ୍କୁ ପରାମର୍ଶ

Latest Posts

Don't Miss