୩ ମହାନଗର ନିଗମର ମେୟର ପଦ ସଂରକ୍ଷଣ ନେଇ ଆସିଲା ଚୂଡ଼ାନ୍ତ ତାଲିକା  

Mayor Reservation Final Notification Out

ଭୁବନେଶ୍ୱର: ପଞ୍ଚାୟତ ଭୋଟ୍ ପରେ ପଡ଼ିପାରେ ପୌର୍ ଭୋଟ୍ । ଆଉ ପାଦେ ଆଗକୁ ଆଗେଇଲେ ରାଜ୍ୟ ସରକାର । ରାଜ୍ୟର ତିନି ମହାନଗର ନିଗମ ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମ ମେୟର ପଦ ସଂରକ୍ଷଣ ନେଇ ପୂର୍ବରୁ ଡ୍ରାଫ୍ଟ ତାଲିକା ପ୍ରକାଶ ପାଇଥିଲା । ଏବେ ଗୃହ ଓ ନଗର ଉନ୍ନୟନ ବିଭାଗ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ କରିଛି ।

Mayor Reservation Final Notification Out

ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଅନୁସାରେ, ଭୁବନେଶ୍ୱର ମହାନଗର ନିଗମ ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷଣ ଥିବାବେଳେ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ସେହିଭଳି କଟକ ମହାନଗର ନିଗମ ମେୟର ପଦ ଅଣସଂରକ୍ଷିତ ରହିଛି ।

Mayor Reservation Final Notification Out

ମେୟର ପଦ ସଂରକ୍ଷଣ ସହ ୩ ମହାନଗର ନିଗମର ବିଭିନ୍ନ ୱାର୍ଡ ସୀମା ନିର୍ଦ୍ଧାରଣ କରାଯାଇଛି । ଏଥିସହ ୱାର୍ଡ ଅନୁସାରେ କର୍ପୋରେଟର ପଦ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଭୁବନେଶ୍ୱରର ୩୪, ୧୩ ଓ ୨ ନମ୍ବର ୱାର୍ଡ ଅନୁସୂଚିତ ଜାତି (ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି । ୩୬, ୧୮ ଓ ୨୧ ନମ୍ବର ୱାର୍ଡ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରଖାଯାଇଛି । ୨୨ ଓ ୨୬ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି (ମହିଳା)ଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୮ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି । ଭୁବନେଶ୍ୱର ମହାନଗର ନିଗମର ୬୭ଟି ୱାର୍ଡ, କଟକର ୫୯ଟି ୱାର୍ଡ ଓ ବ୍ରହ୍ମପୁରର ୪୨ଟି ୱାର୍ଡରେ ନିର୍ବାଚନ ହେବ ।

Leave a Reply