ଫିଲିପାଇନ୍ସରେ ଭୟଙ୍କର ଆଗ୍ନେୟ ଉଦଗୀରଣ, ବିପଦ ଆଶଙ୍କାରେ ହଜାର ହଜାର ଲୋକ ସ୍ଥାନାନ୍ତର

ନନ୍ଦିଘୋଷ ବ୍ୟୁରୋ: ଫିଲିପାଇନ୍ସରେ ଭୟଙ୍କର ଆଗ୍ନେୟ ଉଦ୍ଗୀରଣ । ବିପଦ ଆଶଙ୍କାରେ ହଜାର ହଜାର ଲୋକଙ୍କୁ କରାଯାଇଛି ସ୍ଥାନାନ୍ତର । ଉଦଗୀରଣ ଯୋଗୁ ବିଷାକ୍ତ ଗ୍ୟାସ ନିର୍ଗତ ହେବା ସହ ସ୍ବାସ୍ଥ୍ୟ ପ୍ରତି ବିପଦ ଥିବା କୁହାଯାଇଛି । ଫିଲିପାଇନ୍ସର କେନ୍ଦ୍ରୀୟ ପ୍ରଜାତନ୍ତ୍ର ଅନ୍ତର୍ଗତ ମାଉଣ୍ଟ ମେୟନରେ ଏହି ଉଦଗୀରଣ ହେବା ସହ ଲାଭା ଉତ୍ପତ୍ତି ହୋଇଛି ।

ଆଗ୍ନେୟ ଉଦଗୀରଣ ସ୍ଥଳରୁ ବହୁ ଦୂରରେ ପ୍ରତିଷ୍ଠିତ ଆଶ୍ରୟସ୍ଥଳୀରେ ୧୨ ହଜାର ୮୦୦ ଲୋକଙ୍କୁ ନିରାପଦରେ ରଖାଯାଇଛି । ସେମାନେ ଏହି ପର୍ବତର ପାଦ ଦେଶରେ ବାସ କରୁଥିଲେ । ଉଦଗୀରଣ କାରଣରୁ ସଲଫର ଡାଇଅକ୍ସାଇଡ ଗ୍ୟାସ କାରଣରୁ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ପହଞ୍ଚିଛି । ଦେଶରେ ମୋଟ ୨୪ଟି ସକ୍ରିୟ ଆଗ୍ନେୟ ଉଦଗୀରଣ ସ୍ଥଳ ରହିଥିବା ସୂଚନା ମିଳିଛି । ଗତ ୫ ବର୍ଷ ତଳେ ଏହି ସ୍ଥାନରେ ଅଗ୍ନ୍ୟୁତ୍ପାତ ହୋଇଥିବାବେଳେ ୧୯୯୧ରେ ମାଉଣ୍ଟ ପିନାଟ୍ୟୁବୋରେ ଅଗ୍ନି ଉଦଗୀରଣ ଘଟି ୮୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା ।