ମାୟାବତୀଙ୍କ ମାଆଙ୍କ ପରଲୋକ: ଅନ୍ତିମ ସତ୍କାର ପାଇଁ ଦିଲ୍ଲୀ ପହଞ୍ଚିଲେ ମାୟାବତୀ

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କ ମାଆ ରାମରତୀଙ୍କ ୯୨ ବର୍ଷ ବୟସରେ ଦେହନ୍ତ ଘଟିଛି । ଖବର ପାଇବା ପରେ ଦିଲ୍ଲୀରେ ପହଞ୍ଚିଛନ୍ତି ମାୟାବତୀ । ସେଠାରେ ସେ ରାମରତୀଙ୍କ ଅନ୍ତିମ ସତ୍କାରରେ ଯୋଗଦେବେ । ମାୟାବତୀଙ୍କ ମାଆଙ୍କ ପରଲୋକ ଖବର ବିଏସପି ନେତା ସତୀଶ ଚନ୍ଦ୍ର ମିଶ୍ରା ଟ୍ବିଟ କରି ସୂଚନା ଦେଇଛନ୍ତି ।

ସେ ଟ୍ବିଟ କରି କହିଛନ୍ତି, ‘ହୃଦଘାତ ପରେ ମାୟାବତୀଙ୍କ ମାଆଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ପରିବାରର ସମସ୍ତ ସଦସ୍ୟ ଆସିବା ପରେ ଆସନ୍ତାକାଲି ଦିଲ୍ଲୀରେ ଅନ୍ତିମ ସତ୍କାର କରାଯିବ ।’

ମାୟାବତୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପ୍ରସ୍ତୁତି ଚଲାଇଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି । ପ୍ରତି ଜିଲ୍ଲାରେ ମାୟାବତୀ ଏବଂ ଦଳ ପକ୍ଷରୁ ପ୍ରଚାର କରାଯାଉଥିଲା । ଏବେ କିଛିଦିନ ପାଇଁ ଏହାକୁ ବନ୍ଦ କରିବାକୁ ପଡ଼ିପାରେ । ସବୁ କର୍ମକର୍ତ୍ତା ମାୟାବତୀଙ୍କ ସହ ଛିଡ଼ା ହୋଇଥିବା ଦଳ ପକ୍ଷରୁ କୁହାଯାଇଛି ।

Leave a Reply