କ୍ରିକେଟରୁ ଦୂରେଇ ରହିବେ ମଇଦାନର ମହାରାଜା, ଜାଣନ୍ତୁ କାହିଁକି?
1 min readଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ମ୍ୟାକ୍ସଓ୍ୱେଲ । ଯାହାଙ୍କୁ ସାମ୍ନାରେ ଦେଖିଲେ ଡରନ୍ତି ବୋଲର । ତାଙ୍କ ପାଇଁ ହୁଏ ସ୍ୱତନ୍ତ୍ର ଫିଲ୍ଡିଂ ବ୍ୟବସ୍ଥା । କ୍ରିଜ୍ରେ ଛିଡ଼ା ହୋଇଥିଲେ ଯେ କୌଣସି ମ୍ୟାଚକୁ ପ୍ରତିପକ୍ଷ ଦଳଠୁ ଛଡ଼ାଇ ନେବାର ଦକ୍ଷତା ଦେଖାନ୍ତି । ଧୂଆଁଧାର ବ୍ୟାଟିଂର ଧୁରନ୍ଧର ମ୍ୟାକ୍ସଓ୍ୱେଲଙ୍କୁ ଆଗାମୀ କିଛିଦିନ ପାଇଁ ଫିଲ୍ଡରେ ଦେଖିବାକୁ ମିଳିବ ନାହିଁ । ଭାବନ୍ତୁନି ସେ କ୍ରିକେଟକୁ ଅଲବିଦା କହିଦେବେ । ୩୧ ବର୍ଷ ବୟସ୍କ ମ୍ୟାକ୍ସଓ୍ବେଲଙ୍କ ଆଗରେ ପଡ଼ିଛି ଲମ୍ବା ପିଚ୍ ।
ତେବେ କିଛି ସମୟ ପାଇଁ ସେ କ୍ରିକେଟରୁ ଦୂରେଇ ଯିବେ । କାରଣ ହେଲା ସେ ମାନସିକ ସମସ୍ୟା ସହ ଲଢ଼ୁଛନ୍ତି । ସରଳ ଭାଷାରେ କହିଲେ, ସେ ଏବେ ଜଣେ ମାନସିକ ରୋଗୀ । ଏହି ରୋଗର ଚିକିତ୍ସା ପାଇଁ ତାଙ୍କୁ ସମୟ ଦରକାର ।
ସେଥିପାଇଁ କ୍ରିକେଟ୍ ଠାରୁ ସେ କିଛି ସମୟ ଦୂରେଇ ରହିବେ । ତେବେ କେତେ ସମୟ ଦୂରେଇ ରହିବେ ତାହା ନିର୍ଦ୍ଦିଷ୍ଟ କରି କହିନାହାନ୍ତି। ମ୍ୟାକ୍ସଓ୍ୱେଲ ମାନସିକ ଭାବେ ଅସୁସ୍ଥ ଥିବା ନେଇ ସ୍ପଷ୍ଟ କରିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ଦଳର ସାଇକୋଲୋଜିଷ୍ଟ ଡକ୍ଟର ମାଇକେଲ ଲୟଡ଼ । ମ୍ୟାକ୍ସଓ୍ୱେଲଙ୍କ ଏହି ଦୁଃସମୟରେ ସାଥୀ ଖେଳାଳି ଓ ଅଷ୍ଟ୍ରେଲିଆ କ୍ରିକେଟ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଛି । ସମସ୍ତେ ତାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।
କ୍ରିକେଟର ସବୁ ଫର୍ମାଟରେ ଯାଦୁ ଦେଖାଇଛନ୍ତି ମ୍ୟାକ୍ସଓ୍ୱେଲ । ଦେଶ ପାଇଁ ୭ଟି ଟେଷ୍ଟ, ୧୧୦ଟି ଦିନିକିଆ ଓ ୬୧ଟି ଟ୍ୱେଣ୍ଟି-20 ମ୍ୟାଚ୍ ଖେଳିଛନ୍ତି । ସବୁ ଫର୍ମାଟ୍ରେ ତାଙ୍କ ବ୍ୟାଟ୍ରୁ ଶତକ ବାହାରିଛି । ଟେଷ୍ଟ ଓ ଦିନିକିଆରେ ଗୋଟିଏ ଲେଖାଏଁ ଶତକ ପିଟିଥିବା ବେଳେ ଟି-20ରେ ତାଙ୍କ ଖାତାରେ ରହିଛି ୩ଟି ଶତକ । ୪ ହଜାରରୁ ଅଧିକ ରନ୍ କରିଛନ୍ତି ୩ଟି ଶତକ । ବୋଲିଂ କରି ୮୦ରୁ ଅଧିକ ଓ୍ୱିକେଟ୍ ନିଜ ନାମରେ କରିଛନ୍ତି ୩ଟି ଶତକ । ଟି-20ରେ ଅପରାଜିତ ୧୪୫ ରନ୍ ତାଙ୍କର ସର୍ବାଧିକ ସ୍କୋର ।
-ବିନୋଦିନୀ ରାଉଳ ')}