୧୭ ରୁ ୨୫ ଅଗଷ୍ଟ ମଧ୍ୟରେ ଏହି ଲାଇନରେ ଚାଲିବ ଆଧୁନିକୀକରଣ କାର୍ଯ୍ୟ, ଜାଣନ୍ତୁ କେଉଁ ଟ୍ରେନ ହେବ ବାତିଲ
1 min readସମ୍ବଲପୁର: ସମ୍ବଲପୁର ସିଟି ଏବଂ ସମ୍ବଲପୁର ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଅଛି । ଯେଉଁଥିପାଇଁ ସମ୍ବଲପୁର-ଭୁବନେଶ୍ୱର ରେଳ ରେଳ ମାର୍ଗରେ ଟ୍ରେନ୍ ସେବା ପ୍ରଭାବିତ ହେବ । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ କିଛି ଟ୍ରେନ ସେବାକୁ ସାମୟିକ ଭାବେ ବାତିଲ କରାଯାଇଥିବାବେଳେ କେତେକର ମାର୍ଗ ପରିବର୍ତ୍ତନ କରାଯାଇଅଛି । ସେହିପରି କେତେକକୁ ଆଂଶିକ ପରିବର୍ତ୍ତନ କରାଯାଇଅଛି ।
ବାତିଲ୍ ହେବାକୁ ଥିବା ଟ୍ରେନ :
• 18301/18302 ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସ ୧୯ ରୁ ୨୩ ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ରହିବ |
• 18303/18304 ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ୧୯ ରୁ ୨୩ ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ |
• 18128/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ ୧୯ ରୁ ୨୩ ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ |
• 20809 ସମ୍ବଲପୁର-ନନ୍ଦେଡ୍ ଏକ୍ସପ୍ରେସ ସମ୍ବଲପୁରରୁ ୨୦ ଏବଂ ୨୧ ଅଗଷ୍ଟ 2023 ଦିନ |
• 20810 ନନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ ନନ୍ଦେଡରୁ ୨୧ ଏବଂ ୨୨ ଅଗଷ୍ଟ 2023 ଦିନ |
• 18309 ସମ୍ବଲପୁର-ଜାମ୍ମୁ ତାୱି ଏକ୍ସପ୍ରେସ ସମ୍ବଲପୁରରୁ ୧୯, ୨୧ ଏବଂ ୨୨ ଅଗଷ୍ଟ 2023 ଦିନ |
• 18310 ଜାମ୍ମୁ ତାୱି-ସମ୍ବଲପୁର ଏକ୍ସପ୍ରେସ ଜାମ୍ମୁ ତାୱିରୁ ୧୮ ଏବଂ ୨୦ ଅଗଷ୍ଟ 2023 ଦିନ |
• 18311 ସମ୍ବଲପୁର-ବନାରସ ଏକ୍ସପ୍ରେସ ସମ୍ବଲପୁରରୁ ୨୦ ଏବଂ ୨୩ ଅଗଷ୍ଟ 2023 ଦିନ |
• 18312 ବନାରସ-ସମ୍ବଲପୁର ଏକ୍ସପ୍ରେସ ବନାରସରୁ ୨୧ ଏବଂ ୨୪ ଅଗଷ୍ଟ 2023 ଦିନ |
• 20832 ସମ୍ବଲପୁର-ଶାଲିମାର ଏକ୍ସପ୍ରେସ ସମ୍ବଲପୁରରୁ ୨୦ ଏବଂ ୨୨ ଅଗଷ୍ଟ 2023 ଦିନ |
• 20831 ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ଶାଲିମାରରୁ ୨୧ ଏବଂ ୨୩ ଅଗଷ୍ଟ 2023 ଦିନ |
• 08317 ସମ୍ବଲପୁର-ଜୁନାଗଡ଼ ରୋଡ୍ ପାସେଞ୍ଜର ସ୍ପେଶାଲ ସମ୍ବଲପୁରରୁ ୧୮ ରୁ ୨୪ ଅଗଷ୍ଟ 2023 ପର୍ଯ୍ୟନ୍ତ |
• 08318 ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର ସ୍ପେଶାଲ ଜୁନାଗଡ଼ ରୋଡ୍ ରୁ ୧୯ ରୁ ୨୫ ଅଗଷ୍ଟ 2023 ପର୍ଯ୍ୟନ୍ତ |
• 08264/08277 ବିଳାସପୁର-ଟିଟିଲାଗଡ-ରାୟପୁର ପାସେଞ୍ଜର ସ୍ପେଶାଲ ୧୮ ରୁ ୨୩ ଅଗଷ୍ଟ 2023 ପର୍ଯ୍ୟନ୍ତ |
• 08263/08278 ରାୟପୁର-ଟିଟିଲାଗଡ-ବିଳାସପୁର ପାସେଞ୍ଜର ସ୍ପେଶାଲ ୧୯ ରୁ ୨୪ ଅଗଷ୍ଟ 2023 ପର୍ଯ୍ୟନ୍ତ |
• 08311 ସମ୍ବଲପୁର-ଏରୋଡ ସ୍ପେଶାଲ ଏକ୍ସପ୍ରେସ ସମ୍ବଲପୁରରୁ ୨୩ ଅଗଷ୍ଟ 2023 ଦିନ |
• 08312 ଏରୋଡ-ସମ୍ବଲପୁର ଏକ୍ସପ୍ରେସ ଏରୋଡରୁ ୨୫ ଅଗଷ୍ଟ 2023 ଦିନ |
• 08169/08170 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ ୧୯ ରୁ ୨୩ ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ |
• 08171/08172 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ ୧୯ ରୁ ୨୩ ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ |
ସମ୍ବଲପୁର ଷ୍ଟେସନକୁ ସ୍ପର୍ଶ ନକରି ସରଲା ଏବଂ ସମ୍ବଲପୁର ସିଟି ମାର୍ଗ ଦେଇ ଟ୍ରେନର ମାର୍ଗ ପରିବର୍ତ୍ତନ :
A. 18451/18452 ହଟିଆ-ପୁରୀ-ହଟିଆ ତାପସ୍ୱିନି ଏକ୍ସପ୍ରେସ ୧୯ ରୁ ୨୩ ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ |
B. 12880/12879 ଭୁବନେଶ୍ୱର- ଏଲଟିଟି- ଭୁବନେଶ୍ୱର ଏକ୍ସପ୍ରେସ ଭୁବନେଶ୍ୱରରୁ ୨୧ ଅଗଷ୍ଟରେ ଏବଂ ଏଲଟିଟି ରୁ ୧୯ ଅଗଷ୍ଟ 2023 ଦିନ |
C. 22866 ପୁରୀ- ଏଲଟିଟି ଏକ୍ସପ୍ରେସ ୨୨ ଅଗଷ୍ଟ 2023 ରେ ପୁରୀରୁ |
D. 20471 / 20472 ବିକାନର୍-ପୁରୀ-ବିକାନର୍ ଏକ୍ସପ୍ରେସ୍ ବିକାନେରରୁ ୨୦ ଅଗଷ୍ଟରେ ଏବଂ ପୁରୀରୁ ୨୩ ଅଗଷ୍ଟ 2023 ଦିନ |
E. 20807 / 20808 ବିଶାଖାପାଟନମ୍-ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ଏକ୍ସପ୍ରେସ ବିଶାଖାପାଟନମରୁ ୧୯ ଓ ୨୨ ଅଗଷ୍ଟରେ ଏବଂ ଅମୃତସରରୁ ୧୯ ଏବଂ ୨୩ ଅଗଷ୍ଟ 2023 ଦିନ |
F. 20813/20814 ପୁରୀ-ଯୋଧପୁର-ପୁରୀ ଏକ୍ସପ୍ରେସ ପୁରୀରୁ ୨୩ ଅଗଷ୍ଟରେ ଏବଂ ଯୋଧପୁରରୁ ୧୯ ଅଗଷ୍ଟ 2023 ଦିନ |
ଟ୍ରେନର ଆଂଶିକ ବାତିଲ୍:
• 12893/12894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ୧୯ରୁ ରୁ ୨୩ ପର୍ଯ୍ୟନ୍ତ ଉଭୟ ଦିଗରୁ ଜୁଜୋମୁରା ଏବଂ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ |
• ୧୯ ଅଗଷ୍ଟ ୨୦୨୩ ରେ ନନ୍ଦେଡରୁ ଛାଡିବାକୁ ଥିବା 20810 ନନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ ବରଗଡ ରୋଡ ପର୍ଯ୍ୟନ୍ତ ଚାଲିବ ଏବଂ ବରଗଡ ରୋଡରୁ ସମ୍ବଲପୁର ପର୍ଯ୍ୟନ୍ତ ବାତିଲ ରହିବ |
• ୧୯ ଅଗଷ୍ଟ ରେ ଶାଲିମାରରୁ ଛାଡିବାକୁ ଥିବା 22803 ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ସମ୍ବଲପୁର ସିଟି ପର୍ଯ୍ୟନ୍ତ ଚାଲିବ ଏବଂ ସମ୍ବଲପୁର ସିଟିରୁ ସମ୍ବଲପୁର ପର୍ଯ୍ୟନ୍ତ ବାତିଲ ହୋଇ ରହିବ |
• ୧୭ ଅଗଷ୍ଟ ରେ ଜାମ୍ମୁ ତାୱିରୁ ଛାଡ଼ିବାକୁଥିବା 18310 ଜାମ୍ମୁ ତାୱି-ସମ୍ବଲପୁର ଏକ୍ସପ୍ରେସ ସମ୍ବଲପୁର ସିଟି ପର୍ଯ୍ୟନ୍ତ ଚାଲିବ |
• ୧୮ ଅଗଷ୍ଟ ରେ ଏରୋଡରୁ ଛାଡ଼ିବାକୁଥିବା 08312 ଏରୋଡ-ସମ୍ବଲପୁର ଏକ୍ସପ୍ରେସ ବରଗଡ ରୋଡ ପର୍ଯ୍ୟନ୍ତ ଚାଲିବ |
ଟ୍ରେନ ଚଳାଚଳ କ୍ଷେତ୍ରରେ ପ୍ରତିବନ୍ଧକ ଗୁଡିକୁ ଏଡ଼ାଇବାପାଇଁ ଏବଂ ଭବିଷ୍ୟତରେ ଉନ୍ନତ ସୁବିଧା ଟ୍ରେନ ଚଳାଚଳ ପାଇଁ ରେଳବାଇକୁ ସହଯୋଗ କରିବାକୁ ପୂର୍ବତଟ ରେଳପଥ ଏହାର ମୂଲ୍ୟବାନ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ନିବେଦନ କରୁଛି |