୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା; ବିଦେଶରେ ମଧ୍ୟ ଏହି ଦିନ ଛୁଟି ଘୋଷଣା

1 min read

ଲକ୍ଷ୍ନୌ: ଜାନୁଆରୀ ୨୨ରେ ହେବାକୁ ଥିବା ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶବାସୀ ଉତ୍ସାହିତ । ଏଥିପାଇଁ ଉତ୍ତରପ୍ରଦେଶ ସରକାର ଗୋଟିଏ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । ତେବେ ଖାଲି ୟୁପି ନୁହେଁ ବିଦେଶରେ ମଧ୍ୟ ଏହି ଉତ୍ସବ ପାଇଁ ଦିନିକିଆ ଛୁଟି ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ, ମରିସସ୍ ସରକାର ଶୁକ୍ରବାର ଦିନ ହିନ୍ଦୁ ଧର୍ମାବଲମ୍ବୀ ସରକାରୀ କର୍ମଚାରୀଙ୍କୁ ଏହି ଦିନ ଦୁଇ ଘଣ୍ଟା ପାଇଁ ଏକ ବିଶେଷ ଛୁଟି ପ୍ରଦାନ କରିଛନ୍ତି। ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରତ୍ୟାବର୍ତ୍ତନର ପ୍ରତୀକ ଭାବେ ରାମ ମନ୍ଦିର ନିର୍ମାଣ ହେଉଥିବା ବେଳେ ପ୍ରାଣ ପ୍ରତିଷ୍ଠା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ମରିସସ୍ ସରକାର ଏକ ବିବୃତ୍ତିରେ କହିଛନ୍ତି।

ତେବେ ଜାନୁଆରୀ ୨୨ରେ ହେବାକୁ ଥିବା ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ଖାଲି ଏତିକି ନୁହେଁ ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାରରେ ମଧ୍ୟ ପ୍ରସାରିତ ହେବ ଏହି ଉତ୍ସବ।

ସେହିପରି ଆମେରିକାରେ ଅବସ୍ଥାପିତ ଥାଇଲ୍ୟାଣ୍ଡ ରାଷ୍ଟ୍ରଦୂତ ତାନେ ସାଙ୍ଗ୍ରାଟ କହିଛନ୍ତି ଯେ ରାମ ମନ୍ଦିର ପ୍ରତିଷ୍ଠା ଭାରତ ସମେତ ଅନେକ ଦେଶ ପାଇଁ ଏକ ଖୁସି ଖବର । କେବଳ ଭାରତ କି ଥାଇଲାଣ୍ଡ ନୁହେଁ ଦକ୍ଷିଣ-ପୂର୍ବ ଏସିଆର ବହୁ ଲୋକ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସାହିତ ଅଛନ୍ତି।