ପୁରୁଣା ଢାଞ୍ଚାକୁ ଫେରିଲା ମାଟ୍ରିକ୍ ପରୀକ୍ଷା, ଏବେ ବର୍ଷ ଶେଷରେ ହେବ ବାର୍ଷିକ ପରୀକ୍ଷା

କଟକ: ବଦଳିଲା ମାଟ୍ରିକ୍ ପରୀକ୍ଷା ଢାଞ୍ଚା । ପୁରୁଣା ଢାଞ୍ଚାକୁ ଫେରିଲା ମାଟ୍ରିକ୍ ପରୀକ୍ଷା । ଚଳିତ ବର୍ଷ ପୁରୁଣା ପଦ୍ଧତିରେ ହେବ ଦଶମ ପରୀକ୍ଷା । ବର୍ଷ ଶେଷକୁ ଗୋଟିଏ ଫାଇନାଲ ପରୀକ୍ଷା ହେବ । ତେବେ ଚଳିତ ବର୍ଷ ଆଉ ଦଶମ ଶ୍ରେଣୀରେ ହେବନି ସମ୍ମେଟିଭ୍ ୧ ଓ ୨ ପରୀକ୍ଷା । କରୋନା ପାଇଁ ହେଉଥିଲା ସମ୍ମେଟିଭ୍ ପରୀକ୍ଷା । କିନ୍ତୁ ପୂର୍ବରୁ ହେଉଥିବା ଇଣ୍ଟରନାଲ୍ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ।
ସେହପରି ଚଳିତ ବର୍ଷ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମେ’ ୨୬ରୁ ଜୁନ୍ ୧ ପର୍ଯ୍ୟନ୍ତ ଜାରି ରହିବ ଫର୍ମ ଫିଲଅପ୍ । ଫର୍ମ ଫିଲଅପ୍ ପରେ ଜୁଲାଇ ୩ରୁ ଜୁଲାଇ ୮ ପର୍ଯ୍ୟନ୍ତ ଜାରି ରହିବ ସପ୍ଲିମେଣ୍ଟାରୀ ପରୀକ୍ଷା ।