କାଲିଠୁ ଦଶମ ଶ୍ରେଣୀ ସମେଟିଭ୍ ପରୀକ୍ଷା, ଗୋଟିଏ ରୁମରେ ବସିବେ ସର୍ବାଧିକ ୨୪ ପରୀକ୍ଷାର୍ଥୀ

Matric Summative Exam From Tomorrow

କଟକ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ସମେଟିଭ୍ ପରୀକ୍ଷା । ୫ରୁ ୮ ତାରିଖ ପର୍ଯ୍ୟନ୍ତ  ଦିନ ଧରି ପରୀକ୍ଷା ଚାଲିବ । ପ୍ରଥମ ୩ ଦିନ ଥିଓରୀ ପରୀକ୍ଷା ୨ଟି ସିଟିଂରେ ହେବ । ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ପାଇଁ ୩ ହଜାର ୯୩ଟି କେନ୍ଦ୍ର କରାଯାଇଥିବା ବେଳେ ୩୧୧ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି । ସେଥିମଧ୍ୟରୁ ୨୨ଟି ଥାନାରେ ରଖାଯାଇଛି ପ୍ରଶ୍ନପତ୍ର ।

Matric Summative Exam From Tomorrow

ମୋଟ ୫ ଲକ୍ଷ ୭୬ ହଜାର ୨୨୩ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସକାଳ ସାଢ଼େ ୮ଟାରେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ୍ କରାଯାଇଛି । ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରତି ଶ୍ରେଣୀରେ ଅତି ବେଶୀରେ ୨୪ ଜଣ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେବେ ।

Matric Summative Exam From Tomorrow

କପି ରୋକିବା ପାଇଁ ମୋଟ ୭୨ଟି ସ୍କ୍ୱାଡ୍ କରାଯାଇଥିବା ବେଳେ ୪୦ଟି ସେଣ୍ଟ୍ରାଲ ସ୍କ୍ବାଡ୍ ଗଠନ ହୋଇଛି । ଏହା ବ୍ୟତୀତ ନିଜ ନିଜ ଜିଲ୍ଲାରେ ପରୀକ୍ଷାକୁ ସୁବନ୍ଦୋବସ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେବାକୁ ବାରଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ସେପଟେ ପ୍ରଥମ ଥର ପାଇଁ ଏହି ସମେଟିଭ ପରୀକ୍ଷାକୁ ନେଇ ଉତ୍ସାହିତ ଅଛନ୍ତି ପରୀକ୍ଷାର୍ଥୀ ।

Leave a Reply